କଟକ: ରାଞ୍ଚିସ୍ଥିତ ଅମର ସହିଦ ଠାକୁର ବିଶ୍ୱନାଥ ସହଦେବ ବହୁମୁଖୀ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ୭୯ତମ ଜାତୀୟ ବରିଷ୍ଠ ଓ ଅନ୍ତଃରାଜ୍ୟ ଟେବୁଲ୍ ଟେନିସ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଆସନ୍ତା ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ପ୍ରତିଯୋଗିତା ଚାଲିବ। ଏଥି ପାଇଁ ଓଡ଼ିଶା ଦଳ ଘୋଷଣା କରାଯାଇଛି। ବାଳକ ଦଳରେ ବିକାଶ ସିଂହ, ମହମ୍ମଦ ଆଝାର, ଦେବଦତ୍ତ ମହାନ୍ତି, ଏମ୍ ଇଶ୍ୱର ରାଓ, କେ କାର୍ତ୍ତିକ, ଦିଶାନ୍ତ ପରିଡ଼ା, ମହମ୍ମଦ ୟୁନୁସ୍ ସ୍ଥାନ ପାଇଥିଲାବେଳେ ବାଳିକାରେ ଅନନ୍ୟା ବସାକ, ପୌସଲୀ ଘଟକ, ସମର୍ଥା ପୃଷ୍ଟି, ଗୀତାଞ୍ଜଳି ହେୟଲ, ସୂର୍ଯ୍ୟସ୍ମିତା ଅପରାଜିତା, ଗାୟତ୍ରୀ ମିତ୍ରଙ୍କୁ ସାମିଲ କରାଯାଇଛି। ପିଭିଏସ୍ଏସ୍ ରାଜୁ ପ୍ରବନ୍ଧକ ଓ ପ୍ରଶିକ୍ଷକ ଭାବେ ଦଳ ସହିତ ରହିବେ। ଏମାନଙ୍କ ବ୍ୟତୀତ ଶ୍ୱେତା ସାହୁ ମ୍ୟାଚ ପରିଚାଳନା ଅଧିକାରୀ ଭାବେ ରାଞ୍ଚି ଗ୍ରସ୍ତ କରିବେ।
ଜାତୀୟ ପ୍ରତିଯୋଗିତା ପାଇଁ ଓଡ଼ିଶା ପ୍ରସ୍ତୁତ:ଟେବୁଲ୍ ଟେନିସ୍ ପାଇଁ ଓଡ଼ିଶା ଦଳ
Advertisment
Follow Us