ଜାତୀୟ ଭିନ୍ନକ୍ଷମ ଟ୍ବେଣ୍ଟି-୨୦ କ୍ରିକେଟ୍‌: ଓଡ଼ିଶାର ବିଜୟ ଅଭିଯାନ

ରାଜସ୍ଥାନର ଉଦୟପୁରରେ ଚାଲିଥିବା ଚତୁର୍ଥ ଜାତୀୟ ଭିନ୍ନକ୍ଷମ ଟ୍ବେଣ୍ଟି-୨୦ରେ ଓଡ଼ିଶା ବିଜୟରୁ ଅଭିଯାନ ଆରମ୍ଭ କରିଛି। ବୁଧବ‌ାର ନିଜର ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ୬ ୱିକେଟ୍‌ରେ ଚଣ୍ଡିଗଡ଼କୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଚଣ୍ଡିଗଡ଼ ୮ ୱିକେଟ୍‌ ହରାଇ ୧୧୯ ରନ୍‌ କରିଥିଲା।

hfkfhkfhkhk

ଭୁବନେଶ୍ବର: ରାଜସ୍ଥାନର ଉଦୟପୁରରେ ଚାଲିଥିବା ଚତୁର୍ଥ ଜାତୀୟ ଭିନ୍ନକ୍ଷମ ଟ୍ବେଣ୍ଟି-୨୦ରେ ଓଡ଼ିଶା ବିଜୟରୁ ଅଭିଯାନ ଆରମ୍ଭ କରିଛି। ବୁଧବ‌ାର ନିଜର ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ୬ ୱିକେଟ୍‌ରେ ଚଣ୍ଡିଗଡ଼କୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଚଣ୍ଡିଗଡ଼ ୮ ୱିକେଟ୍‌ ହରାଇ ୧୧୯ ରନ୍‌ କରିଥିଲା। ନୀରଜ ଶର୍ମା ୪୪ ରନ୍‌ କରିଥିଲା ବେଳେ ଅଭିଷେକ ଶୁକ୍ଳା ଓ ମହମ୍ମଦ ସୋହେଲ ଖାନ ୨ ଲେଖାଏଁ ୱିକେଟ୍‌ ନେଇଥିଲେ। ଜବାବରେ ଓଡ଼ିଶା ୧୮.୪ ଓଭରରେ ୪ ୱିକେଟ୍‌ ବିନିମୟରେ ମ୍ୟାଚ୍‌ ଜିତି ନେଇଥିଲା। ବଳରାମ ବସ୍ତିଆ ୩୦ ଓ ଅକ୍ଷୟ ସାହୁ ୨୮ ରନ୍‌ କରିଥିଲେ। ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ଜଗଜିତ ମହାନ୍ତି (୯ ବଲ୍‌ରୁ ୧୭* ରନ୍‌ ଓ ୧/୨୩) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇ ୧୧,୦୦୦ ଟଙ୍କାର ପୁରସ୍କାର ରାଶି ପାଇଥିଲେ। ଓଡ଼ିଶା କ୍ରିକେଟ୍‌ ଫର୍ ଫିଜିକାଲି ଚ୍ୟାଲେଞ୍ଜଡ୍‌ ସଂଘ ସଭାପତି ତନୁଜା ମହାନ୍ତି, ସମ୍ପାଦିକା ବେଲା ଜୟସ୍ବାଲ, ଉପସଭାପତି ମଣ୍ଟୁ ଦାସ, କୋଷାଧ୍ୟକ୍ଷ ଚିତ୍ତରଞ୍ଜନ ମିଶ୍ର ଦଳକୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe