‌ସେପ୍ଟେମ୍ବର-ଅକ୍ଟୋବରରେ ଜାତୀୟ କ୍ରୀଡ଼ା

Advertisment
‌ସେପ୍ଟେମ୍ବର-ଅକ୍ଟୋବରରେ ଜାତୀୟ କ୍ରୀଡ଼ା

YouTube

ନୂଆଦିଲ୍ଲୀ: ବିଭିନ୍ନ କାରଣ ପାଇଁ ଅନେକ ଥର ସ୍ଥଗିତ ରହିଥିବା ଜାତୀୟ କ୍ରୀଡ଼ା ଚଳିତ ବର୍ଷ ସେପ୍ଟେମ୍ବର-ଅକ୍ଟୋବରରେ ଆୟୋଜିତ ହେବାକୁ ଆପାତତଃ ସ୍ଥିର ହୋଇଛି। ଏହି କ୍ରୀଡ଼ାର ୩୬ତମ ସଂସ୍କରଣ ଗୁଜରାଟରେ ଆୟୋଜନ କରିବାକୁ ଭାରତୀୟ ଅଲିମ୍ପିକ୍‌ ସଂଘ (ଆଇଓଏ) ଯୋଜନା କରୁଛି ବୋଲି ସଂଘର ସମ୍ପାଦକ ରାଜୀବ ମେହେଟ୍ଟା ସୂଚନା ଦେଇଛନ୍ତି। ଏହି ପ୍ରତିଯୋଗିତା ଆୟୋଜନ କରିବାକୁ ଗୁଜରାଟ ଅଲିମ୍ପିକ୍‌ ସଂଘ ଓ ରାଜ୍ୟ ସରକାର ଆଗ୍ରହ ଦେଖାଇଛନ୍ତି। ‘‘ଗୁଜରାଟ ସରକାର ଓ ସେଠାକାର ଅଲିମ୍ପିକ୍‌ ସଂଘ ଏହି ପ୍ରତିଯୋଗିତା ଆୟୋଜନ କରିବା ଲାଗି ଇଚ୍ଛୁକ ଥିବା ନେଇ ଆମକୁ ଚିଠି ଦେଇଛନ୍ତି। ଆମେ ସେମାନଙ୍କ ଏହି ପ୍ରସ୍ତାବକୁ ଗ୍ରହଣ କରିଛୁ। ମୋର ବିଶ୍ବାସ ଚଳିତ ବର୍ଷ ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ ଏହା ଆୟୋଜନ କରିବୁ। ତାରିଖ ଯଥା ଶିଘ୍ର ଘୋଷଣା କରିବୁ। ବହୁଦିନ ଏହି ପ୍ରତିଯୋଗିତା ଆୟୋଜନ ହେବାକୁ ଯାଉଥିବାରୁ ଖୁସି’’ ବୋଲି ମେହେଟ୍ଟା କହିଛନ୍ତି। ୨୦୧୫ରେ କେରଳ ଓ ୨୦୧୬ରେ ଗୋଆରେ ଜାତୀୟ କ୍ରୀଡ଼ା ଆୟୋଜିତ ହୋଇଥିଲା ବେଳେ ଏହା ପରଠୁ ବିଭିନ୍ନ କାରଣରୁ ସ୍ଥଗିତ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe