ଜାତୀୟ ବାଳିକା ହକି ଆରମ୍ଭ: ପ୍ରଥମ ଦିନରେ ଏକତରଫା ମ୍ୟାଚ୍‌

Advertisment

ତୁଷାର ଭାରତୀୟ କନିଷ୍ଠ ମହିଳା ହକି ଦଳର ପ୍ରଶିକ୍ଷକ

ତୁଷାର ଭାରତୀୟ କନିଷ୍ଠ ମହିଳା ହକି ଦଳର ପ୍ରଶିକ୍ଷକ

ଜାତୀୟ ବାଳିକା ହକି ଆରମ୍ଭ: ପ୍ରଥମ ଦିନରେ ଏକତରଫା ମ୍ୟାଚ୍‌

ରାଉରକେଲା: ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ମଙ୍ଗଳବାରଠାରୁ ୧୩ତମ ଜାତୀୟ କନିଷ୍ଠ ବାଳିକା ହକି ପ୍ରତିଯୋଗିତା ଆରମ୍ଭ ହୋଇଛି। ଉଦ୍‌ଘାଟନୀ ଦିବସରେ ଖେଳାଯାଇଥିବା ସମସ୍ତ ୪ଟି ମ୍ୟାଚ୍‌ ସଂପୂର୍ଣ୍ଣ ଏକତରଫା ହୋଇଥିଲା। ହିମାଚଳ ପ୍ରଦେଶ ଆସିନଥିବାରୁ ଆନ୍ଧପ୍ରଦେଶ ବିପକ୍ଷ ଲିଗ୍‌ ମ୍ୟାଚ୍‌କୁ ବାତିଲ କରାଯାଇଛି। ସେହିଭଳି ଗୋଆ ମଧ୍ୟ ପହଞ୍ଚିପାରି ନଥିବାରୁ ମିଜୋରାମ ଓ ଗୋଆ ମ୍ୟାଚ୍‌ ବୁଧବାର ଖେଳାଯିବ। ଉଲ୍ଲେଖଯୋଗ୍ୟ, ପ୍ରତିଯୋଗିତାରେ ଭାଗ ନେବାକୁ ଗୋଆ ଦଳ ଟ୍ରେନରେ ଯାତ୍ରା କରୁଛି। ତେବେ ଟ୍ରେନ୍‌ ଅତ୍ୟଧିକ ବିଳମ୍ବରେ ଚାଲୁଥିବାରୁ ଦଳ ଆଜି ଠିକ୍‌ ସମୟରେ ରାଉରକେଲାରେ ପହଞ୍ଚି ପାରିନି।

ମଙ୍ଗଳବାର ପୁଲ୍‌ ଇ’ ଓ ପୁଲ୍‌ ଜି’ର ଦୁଇଟି ଲେଖାଏଁ ମ୍ୟାଚ୍‌ ଖେଳାଯାଇଥିଲା। ପୁଲ୍‌ ଇ’ ରେ ମଧ୍ୟପ୍ରଦେଶ ସଂପୂର୍ଣ୍ଣ ଏକତରଫା ଭାବେ ୨୫-୦ ଗୋଲ୍‌ରେ ପୁଡ଼ୁଚେରୀକୁ ପରାସ୍ତ କରିଛି। ଦଳ ପକ୍ଷରୁ ଭୂମିକ୍ଷା ସାହୁ ସର୍ବାଧିକ ୭ଟି (୧୭, ୧୮, ୨୨, ୩୫, ୩୯, ୪୪, ୪୮ ମିନିଟ୍‌) ଗୋଲ୍‌ ଦେଇଥିବା ବେଳେ ସୋନମ ୬ଟି (୧୧, ୧୩, ୩୮, ୫୩, ୫୭, ୫୮ ମିନିଟ୍‌), ଗୁରମେଲ୍‌ କୌର ୪ଟି (୧୧, ୧୨, ୧୮, ୫୦ ମିନିଟ୍‌), ପ୍ରିୟଙ୍କା ୟାଦବ ୩ଟି (୧୪, ୩୦, ୪୫ ମିନିଟ୍‌), ସୋନିଆ କୁମ୍ରେ ୨ଟି (୧୫, ୫୪ ମିନିଟ୍‌) ଏବଂ ଅଧିନାୟିକା ଯୋଗୀତା ବର୍ମା (୫୫ ମିନିଟ୍‌), ସୋନିଆ ଦେବୀ (୫୯ ମିନିଟ୍‌) ଓ ଥୌନାଜମ୍‌ ନିରୂପମା ଦେବୀ (୧୭ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ସେହିଭଳି କର୍ଣ୍ଣାଟକ ୧୩-୧ ଗୋଲ୍‌ରେ ଜମ୍ମୁ କାଶ୍ମୀରକୁ, ଚଣ୍ଡିଗଡ଼ ୧୬-୦ ଗୋଲ୍‌ରେ ଗୁଜରାଟକୁ ଓ ମିଜୋରାମ ୧୨-୦ ଗୋଲ୍‌ରେ ଉତ୍ତରାଖଣ୍ଡକୁ ପରାସ୍ତ କରିଛି।

ତୁଷାର ଭାରତୀୟ କନିଷ୍ଠ ମହିଳା ହକି ଦଳର ପ୍ରଶିକ୍ଷକ
ନୂଆଦିଲ୍ଲୀ: ପୂର୍ବତନ ଅଧିନାୟକ ତୁଷାର ଖାଣ୍ଡକରଙ୍କୁ ମଙ୍ଗଳବାର ହକି ଇଣ୍ଡିଆ ଭାରତୀୟ କନିଷ୍ଠ ମହିଳା ଦଳର ପ୍ରଶିକ୍ଷକ ଭାବେ ନିଯୁକ୍ତ କରିଛି। ଚଲିର ସାଣ୍ଟିଆଗୋରେ ଚଳିତ ବର୍ଷ ନଭେମ୍ବର ୨୯ରୁ ଡିସେମ୍ବର ୧୦ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ବିଶ୍ବକପ୍‌ ଲାଗି ଭାରତୀୟ ଦଳ ପ୍ରସ୍ତୁତ ହେଉଥିଲା ବେଳେ ତୁଷାରଙ୍କୁ ନିଯୁକ୍ତି ମିଳିଛି। ଅନ୍ତର୍ଜାତୀୟ ‌ଖେଳ ଜୀବନରୁ ଅବସର ନେବା ପରେ ଗତ ଦଶନ୍ଧି ଧରି ପ୍ରଶିକ୍ଷକ ଭାବେ ସେ କାର୍ଯ୍ୟ କରୁଛନ୍ତି। ୨୦୧୪ରୁ ୨୦୧୬ ମଧ୍ୟରେ ଭାରତୀୟ ପୁରୁଷ ଦଳ ତାଙ୍କ ପ୍ରଶିକ୍ଷଣ ସମୟରେ ୨୦୧୬ ଚାମ୍ପିଅନ୍ସ ଟ୍ରଫି ରୌପ୍ୟ, ଏସୀୟ ଚାମ୍ପିଅନ୍ସ ଟ୍ରଫି ସ୍ବର୍ଣ୍ଣ, ବିଶ୍ବ ହକି ଲିଗ୍‌ ୨୦୧୫ରେ କାଂସ୍ୟ ଜିତିଥିଲା। ସେ ୨୦୧୬ ରିଓ ଅଲିମ୍ପିକ୍ସରେ ଭାରତୀୟ ଦଳରେ ପ୍ରଶିକ୍ଷକ ଷ୍ଟାଫ ମଧ୍ୟ ଥିଲେ। ଭାରତୀୟ ମହିଳା ଦଳର ଏସୀୟ ଚାମ୍ପିଅନ୍ସ ଟ୍ରଫି ୨୦୨୧ ପ୍ରସ୍ତୁତ ବେଳେ ମୁଖ୍ୟ ପ୍ରଶିକ୍ଷକ ଜାନେକ ସ୍କୋପମାନଙ୍କ ସହଯୋଗୀ ଥିଲେ ‌ତୁଷାର। ଏସିଆ କପ୍‌ କାଂସ୍ୟ ବିଜୟ ସହ ବିଶ୍ବକପ୍‌ ଯୋଗ୍ୟତା ଅର୍ଜନ କରିଥିବା ଦଳରେ ମଧ୍ୟ ସେ ସଦସ୍ୟ ରହିଥିଲା। ତୁଷାର ହକି ଇଣ୍ଡିଆ ପ୍ରଶିକ୍ଷକ ଶିକ୍ଷା ଲେବଲ୍‌ ବେସିକ୍‌, ୧ ଓ ୨ ସହ ଏଫ୍‌ଆଇଏଚ୍‌ ଲେବଲ୍‌ ୧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe