ଜାତୀୟ ବାଳିକା ହକି: କ୍ବାର୍ଟରରେ ଅପରାଜେୟ ଓଡ଼ିଶା, ଶେଷ ଲିଗ୍‌ ମ୍ୟାଚ୍‌ରେ ମିଜୋରାମକୁ ହରାଇଲା

Advertisment
ଜାତୀୟ ବାଳିକା ହକି: କ୍ବାର୍ଟରରେ ଅପରାଜେୟ ଓଡ଼ିଶା, ଶେଷ ଲିଗ୍‌ ମ୍ୟାଚ୍‌ରେ ମିଜୋରାମକୁ ହରାଇଲା

ରାଉରକେଲା: ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଚାଲିଥିବା ଉପକନିଷ୍ଠ ବାଳିକା ଜାତୀୟ ହକି ପ୍ରତିଯୋଗିତାର କ୍ବାର୍ଟରଫାଇନାଲ ସୂଚୀ ଚୂଡ଼ାନ୍ତ ହୋଇଛି। ପୁଲ୍‌-ଇ’ରେ ଥିବା ଓଡ଼ିଶା ସମସ୍ତ ୩ଟି ଯାକ ମ୍ୟାଚ୍‌ ଜିତି ୯ ପଏଣ୍ଟ୍‌ ସହ କ୍ବାର୍ଟରରେ ପ୍ରବେଶ କରିଛି। ଏହାସହ ପୁଲ୍‌ ଏ’ରୁ ହରିୟାଣା, ବି’ରୁ ଝାଡ଼ଖଣ୍ଡ, ସି’ରୁ ଉତ୍ତରପ୍ରଦେଶ, ଡି’ରୁ ମଧ୍ୟପ୍ରଦେଶ, ଏଫ୍‌’ରୁ ପଞ୍ଜାବ, ଜି’ରୁ ଚଣ୍ଡିଗଡ଼ ଏବଂ ଏଚ୍‌’ରୁ କର୍ଣ୍ଣାଟକ କ୍ବାର୍ଟରରେ ପହଞ୍ଚିଛି। ସମସ୍ତ କ୍ବାର୍ଟରଫାଇନାଲ୍‌ ଗୁରୁବାର ଖେଳାଯିବ।

ବୁଧବାର ଓଡ଼ିଶା ଶେଷ ଲିଗ୍‌ ମ୍ୟାଚ୍‌ରେ ମିଜୋରାମକୁ ୮-୧ ଗୋଲ୍‌ରେ ପରାସ୍ତ କରିଛି। ମ୍ୟାଚ୍‌ର ଦ୍ବିତୀୟ ମିନିଟ୍‌ରେ ଦୀପିକା ବାରୱାଙ୍କ ଗୋଲ୍‌ରେ ଓଡ଼ିଶା ଅଗ୍ରଣୀ ନେଇଥିଲା। ଏହାପରେ ଦୀପିକାଙ୍କ ଆଉ ଏକ ଗୋଲ୍‌ (୧୮) ସମେତ କରୁଣା ମିଞ୍ଜ (୩୫, ୪୧), ଡଲି ଭୋଇ (୨୧, ୫୭) ୨ ଲେଖାଏଁ ଏବଂ ଜାହ୍ନବୀ ବାଡ଼ା (୮), ଓ ଜ୍ୟୋତି ଖାଖା (୩୦)ଙ୍କ ଗୋଟିଏ ଲେଖାଏଁ ଗୋଲ୍‌ ବଳରେ ଦଳ ଏକପାଖିଆ ବିଜୟ ହାସଲ କରିଥିଲା। ମିଜୋରାମ ଦଳର ଲାଲ୍‌ଥାକିମି ୫୭ତମ ମିନିଟ୍‌ରେ ଗୋଟିଏ ଗୋଲ୍‌ ଦେଇ ପରାଜୟ ବ୍ୟବଧାନ ହ୍ରାସ କରିଥିଲେ। ବୁଧବାରର ଅନ୍ୟ ମ୍ୟାଚ୍‌ଗୁଡ଼ିକରେ ହରିୟାଣା ୧୯-୦ରେ ତାମିଲନାଡ଼ୁକୁ, ଝାଡ଼ଖଣ୍ଡ ୧୮-୦ରେ ପଶ୍ଚିମବଙ୍ଗକୁ, ଉତ୍ତରପ୍ରଦେଶ ୩-୦ରେ ଛତିଶଗଡ଼କୁ ଏବଂ ମଧ୍ୟପ୍ରଦେଶ ୨୫-୦ରେ ଆସାମକୁ ପରାସ୍ତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe