ଜାତୀୟ ବନ୍ଧୁକ ଚାଳନା ଉଦ୍‌ଘାଟିତ: ଭାଗନେଲେ ଓଡ଼ିଶା, ମହାରାଷ୍ଟ୍ର, ଝାଡ଼ଖଣ୍ତ ଓ ପଶ୍ଚିମବଙ୍ଗ

Advertisment
ଜାତୀୟ ବନ୍ଧୁକ ଚାଳନା ଉଦ୍‌ଘାଟିତ: ଭାଗନେଲେ ଓଡ଼ିଶା, ମହାରାଷ୍ଟ୍ର, ଝାଡ଼ଖଣ୍ତ ଓ ପଶ୍ଚିମବଙ୍ଗ

ତାଳଚେର: ଓଡ଼ିଶା ରାଇଫଲ୍‌ ସଂଘ ସହବନ୍ଧିତ ତାଳଚେର ରାଇଫଲ୍‌ କ୍ଲବ୍‌ ପକ୍ଷରୁ ଜାତୀୟ ବନ୍ଧୁକ ଚାଳନା ପ୍ରତିଯୋଗିତା ଶନିବାରଠୁ ଆରମ୍ଭ ହୋଇଛି। ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ରୂପେ ଜଟଣୀର ପୂର୍ବତନ ବିଧାୟକ ବିଭୂତିଭୂଷଣ ବଳବନ୍ତରାୟ ଯୋଗଦେଇଥିଲେ। କ୍ଲବ୍‌ ସଂପାଦକ ପ୍ରବୀରଚନ୍ଦ୍ର ଧୀରଦେବ କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ। ଦୁଇଦିନଧରି ଅନୁଷ୍ଠିତ ହେଉଥିବା ଏହି ପ୍ରତିଯୋଗିତାରେ ଓଡ଼ିଶା ସମେତ ମହାରାଷ୍ଟ୍ର, ଝାଡ଼ଖଣ୍ତ ଓ ପଶ୍ଚିମବଙ୍ଗ ପ୍ରତିଯୋଗୀମାନେ ଅଂଶ ଗ୍ରହଣ କରିଛନ୍ତି। ପ୍ରତିଯୋଗୀମାନେ ଗତକାଲିଠାରୁ ତାଳଚେରରେ ପହଞ୍ଚି ସାରିଛନ୍ତି। ଏୟାର୍‌ ରାଇଫଲ୍‌,ଏୟାର୍‌ ପିସ୍ତଲ୍‌, ରିଭଲଭର୍‌, ଓପନ୍‌ ବୋର୍‌, ସ୍ମୁଥ ବୋର୍‌ ବିଭାଗରେ ଉଭୟ ବରିଷ୍ଠ ଓ କନିଷ୍ଠ ବର୍ଗରେ ପ୍ରତିଯୋଗିତା ହେଉଛି ବୋଲି ଆୟୋଜକ ପ୍ରକାଶ କରିଛନ୍ତି। ରାଜା ହୃଦୟଚନ୍ଦ୍ର ଦେବ ସୁଟିଂ କଂପ୍ଲେକ୍ସରେ ଆୟୋଜିତ ଏହି ପ୍ରତିଯୋଗିତା ଆସନ୍ତାକାଲି ଉଦ୍‌ଯାପିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe