ଜାତୀୟ ହକିରେ ଓଡ଼ିଶା ବିଜୟୀ

Advertisment
ଜାତୀୟ ମହିଳା ହକିରେ ଓଡ଼ିଶା ୯-୦ରେ ବିଜୟୀ

କଟକ: ମଧ୍ୟପ୍ରଦେଶର ଗ୍ବାଲିଅରଠାରେ ଆରମ୍ଭ ହୋଇଛି ନବମ ଜାତୀୟ ପୁରୁଷ ହକି ପ୍ରତିଯୋଗିତା। ପ୍ରଥମ ଦିନ ଓଡ଼ିଶା ୩-୨ ଗୋଲ୍‌ରେ ନାମଧାରୀ ଏକାଦଶକୁ ହରାଇଛି। ପଞ୍ଚମ ମିନିଟ୍‌ରେ କ୍ରିଷ୍ଣା ତିର୍କି ପ୍ରଥମ ଗୋଲ୍‌ କରି ଓଡ଼ିଶାକୁ ଅଗ୍ରଣୀ ଦେଇଥିଲା ବେଳେ ୧୯ ମିନିଟ୍‌ରେ ସୁରଜ ମିଞ୍ଜ୍‌ ଆଉ ଏକ ଗୋଲ ଦେଇଥିଲେ। ୩୦ ମିନିଟ୍‌ରେ ମଲକ ସିଂହ ନାମଧାରୀ ପାଇଁ ଗୋଟିଏ ଗୋଲ୍‌ ଶୁଝି ଦେଇଥିଲେ ବି ଏହାର ୫ ମିନିଟ୍‌ ପରେ ଶିଳାନନ୍ଦ ଲାକ୍ରା (୩୫ ମିନିଟ୍‌) ଓଡ଼ିଶା ପାଇଁ ତୃତୀୟ ଗୋଲ୍‌ ଦେଇ ବ୍ୟବଧାନ ବଢ଼ାଇଥିଲେ। ତେବେ ୩୬ ମିନିଟ୍‌ରେ ନାମଧାରୀର ଲଭପ୍ରୀତ ସି˚ହ ଦଳର ଦ୍ବିତୀୟ ଗୋଲ୍‌ ଦେଇଥିଲେ ମଧ୍ୟ ଓଡ଼ିଶା ବିଜୟକୁ ରୋକି ପା‌ରିନଥିଲେ। ଖେଳ ଶେଷ ହେବା ବେଳକୁ ଆଉ କୌଣସି ଗୋଲ ନହେବାରୁ ଓଡ଼ିଶା ଏହି ମ୍ୟାଚ୍‌କୁ ୩-୨ରେ ଜିତିଯାଇଥିଲା। ଆସନ୍ତା ୨ ତାରିଖ ଦିନ ଓଡ଼ିଶା ତା’ର ପରବର୍ତୀ ମ୍ୟାଚ୍‌ରେ ସିଏନ୍‌ବିକୁ ଭେଟିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe