ସର୍ବଭାରତୀୟ ଅନ୍ତଃବିଶ୍ବବିଦ୍ୟାଳୟ ଦୌଡ଼କୁଦ; ସୁସ୍ମିତାଙ୍କୁ କାଂସ୍ୟ

Advertisment
ସର୍ବଭାରତୀୟ ଅନ୍ତଃବିଶ୍ବବିଦ୍ୟାଳୟ ଦୌଡ଼କୁଦ; ସୁସ୍ମିତାଙ୍କୁ କାଂସ୍ୟ

ଭୁବନେଶ୍ବର: ସର୍ବଭାରତୀୟ ବିଶ୍ବବିଦ୍ୟାଳୟ ସଂଘ ପକ୍ଷରୁ ଚେନ୍ନାଇର ତାମିଲନାଡୁ ଫିଜିକାଲ୍‌ ଏଜୁକେସନ୍‌ ଆଣ୍ଡ୍ ସ୍ପୋର୍ଟସ ୟୁନିଭର୍ସିଟି ପରିସରରେ ଚଳିତ ମାସ ୧୩ରୁ ୧୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ସର୍ବଭାରତୀୟ ଅନ୍ତଃବିଶ୍ବବିଦ୍ୟାଳୟ ଦୌଡ଼କୁଦ ପ୍ରତିଯୋଗିତାର ଅନ୍ତିମ ଦିବସରେ କିଟ୍‌ ଛାତ୍ରୀ ସୁସ୍ମିତା ଟିଗା କାଂସ୍ୟ ପଦକ ଜିତିଛନ୍ତି। ମହିଳା ୩୦୦୦ ମିଟର ଷ୍ଟିପଲଚେଜ୍‌ ଇଭେଣ୍ଟରେ ୧୦:୩୫.୮୬ ‌ସେକେଣ୍ଡ ଟାଇମିଂ ସହ ତୃତୀୟ ସ୍ଥାନରେ ରହିଥିଲେ ସୁସ୍ମିତା। ପଦକ ସଫଳତା ସହ ସୁସ୍ମିତା ମଧ୍ୟ ଉତ୍ତର ପ୍ରଦେଶରେ ଆୟୋଜିତ ହେବାକୁ ଯାଉଥିବା ଆଗାମୀ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାକୁ ଯୋଗ୍ୟତା ହାସଲ କରିଛନ୍ତି। ଅନ୍ୟପକ୍ଷରେ ପୁରୁଷ ଡିସ୍‌କସ ଥ୍ରୋ’ରେ ପଞ୍ଚମ ସ୍ଥାନରେ ରହି ପଦକରୁ ବଞ୍ଚିତ ରହିଥିବା ଭାନୁ ଶର୍ମା ମଧ୍ୟ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ଯୋଗ୍ୟତା ହାତେଇଛନ୍ତି। ଏହି ସଫଳତା ଲାଗି ସୁସ୍ମିତା ଓ ଭାନୁଙ୍କୁ କିଟ୍‌ ଓ କିସ୍ ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe