ଜାତୀୟ ଉପକନିଷ୍ଠ ଏକାଡେମି ହକି: ନାଭାଲ ଟାଟା ଏଚ୍‌ପିସିକୁ ରୌପ୍ୟ

Advertisment
ଜାତୀୟ ଉପକନିଷ୍ଠ ଏକାଡେମି ହକି: ନାଭାଲ ଟାଟା ଏଚ୍‌ପିସିକୁ ରୌପ୍ୟ

ଭୋପାଳ: ମଧ୍ୟପ୍ରଦେଶର ଭୋପାଳରେ ହକି ଇଣ୍ଡିଆ ତରଫରୁ ପ୍ରଥମ ଥର ଲାଗି ଆୟୋଜିତ ଜାତୀୟ ଉପକନି‌ଷ୍ଠ ଏକାଡେମି ହକି ପ୍ରତିଯୋଗିତାରେ ଓଡ଼ିଶାର ନାଭାଲ ଟାଟା ଏଚ୍‌ପିସି ବାଳକ ଦଳ ରୌପ୍ୟ ପଦକ ଜିତିନେଇଛି। ଫାଇନାଲ୍‌ରେ ଏହି ଓଡ଼ିଶା ଦଳ ଘରୋଇ ମଧ୍ୟପ୍ରଦେଶ ଏକାଡେମି ନିକଟରୁ ପେନାଲ୍‌ଟି ସୁଟ୍‌ଆଉଟ୍‌ରେ ହାରି ଯାଇଥିଲା। ନିର୍ଧାରିତ ସମୟ ୩-୩ ଗୋଲ୍‌ରେ ‌ଶେଷ ହୋଇଥିଲା ବେଳେ ପେନାଲ୍‌ଟି ସୁଟ୍‌ଆଉଟ୍‌ରେ ମଧ୍ୟପ୍ରଦେଶ ୩-୧ରେ ବାଜି ମାରିଥିଲା। ନିର୍ଧାରିତ ସମୟରେ ଓଡ଼ିଶା ଦଳ ପକ୍ଷରୁ ଅଧିନାୟକ ଜସ୍‌ମନ ମୁଣ୍ଡା (୨୧ ମିନିଟ୍‌), ରିକି ଟୋନ୍‌ଜାମ୍‌ (୩୪ ମିନିଟ୍‌) ଏବଂ ଇରେଙ୍ଗ୍‌ବାମ ରୋହିତ ସିଂହ (୫୫ ମିନିଟ୍‌) ଗୋଲ୍‌ ସ୍କୋରର୍‌ ରହିଥିଲେ। ଅନ୍ୟପକ୍ଷରେ ପଞ୍ଜାବ ହକି କ୍ଲବ୍‌ ଏକାଡେମି ୫-୧ ଗୋଲ୍‌‌ରେ ଏସ୍‌ଜିପିସି ହକି ଏକାଡେମିକୁ ପରାସ୍ତ କରି ତୃତୀୟ ସ୍ଥାନ ଅକ୍ତିଆର କରିଥିଲା। ନିଜର ପ୍ରଥମ ବଡ଼ ପ୍ରତିଯୋଗିତାରେ ରୌପ୍ୟ ପଦକ ସଫଳତା ହାତେଇଥିବାରୁ ନାଭାଲ ଟାଟା ଏଚ୍‌ପିସି ଦଳକୁ ଅଭିନନ୍ଦନ ଜ୍ଞାପନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe