ଜାତୀୟ କନିଷ୍ଠ ଓ ଉପକନିଷ୍ଠ ଶକ୍ତିଉତ୍ତୋଳନ ପାଇଁ ଓଡ଼ିଶା ଦଳର ଯାତ୍ରା

Advertisment
ଜାତୀୟ କନିଷ୍ଠ ଓ ଉପକନିଷ୍ଠ ଶକ୍ତିଉତ୍ତୋଳନ ପାଇଁ ଓଡ଼ିଶା ଦଳର ଯାତ୍ରା

ଭୁବନେଶ୍ବର: ଆସନ୍ତା ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ କେରଳର କସରାଗଡ଼ଠା‌ରେ ଆୟୋଜିତ ହେବାକୁ ଯାଉଥିବା ଜାତୀୟ କନିଷ୍ଠ ଓ ଉପକନିଷ୍ଠ ଶକ୍ତିଉତ୍ତୋଳନ ପ୍ରତିଯୋଗିତା ପାଇଁ ରବିବାର ଓଡ଼ିଶା ଦଳ ଯାତ୍ରା କରିଛି। ଉଭୟ ବାଳକ ଓ ବାଳିକା ବିଭାଗରେ ଯଥାକ୍ରମେ ୧୧ ଓ ୫ ଜଣ ଖେଳାଳି ରହିଛନ୍ତି। ବାଳକରେ ବାଦଲ ବଳିୟାରସିଂହ, ସାହିର କିଶୋର ସାହୁ, ଦେବୀପ୍ରସାଦ ମହାନ୍ତି, କମଲଜିତ ନାଏକ, ବୈଭବେଶ୍ବର ସାହୁ, ସଂକେତ ମହାପାତ୍ର, ବିଶ୍ବଜିତ ସ୍ବରାଜପ୍ରକାଶ ପରିଡ଼ା, ସୌମେନ ସେନାପତି, ଭୂପେନାନନ୍ଦ ପାଢ଼ୀ, ପ୍ରିୟବ୍ରତ ବିଶୋଇ ଓ ଅମ୍ଳାନ ମହାନ୍ତି ଏବଂ ବାଳିକାରେ ସେଲିନା ସ୍ବୟଂପ୍ରଭା ସାଠୁଆ, ଶୁଶ୍ରୀ ମହାପାତ୍ର, ଶ୍ରାବଣୀ ଜେନା, ଦିବ୍ୟଲେଖା ମିଶ୍ର, ଅମିସା ରାଣା ସ୍ଥାନ ପାଇଛନ୍ତି। ଉଭୟ ଦଳର ପ୍ରଶିକ୍ଷକ ଭାବେ ଗଂଗାଧର ବିଶୋଇ କେରଳ ଯାତ୍ରା କରିଛନ୍ତି। ଓଡ଼ିଶା ଦଳକୁ ସଂଘର ଡ. ସଂପାଦକ ହରିପ୍ରସାଦ ପଟ୍ଟନାୟକ, ଉପସଭାପତି ଇଂ ଚିତ୍ତରଞ୍ଜନ ସ୍ବାଇଁ ଏବଂ ଯୁଗ୍ମ ସଂପାଦକ ଡ. ଗୌରୀ ମହାନ୍ତି ଶୁଭଚ୍ଛା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe