ଜାତୀୟ କନିଷ୍ଠ ଦୌଡ଼କୁଦ: ଓଡ଼ିଶାକୁ ୬ ସ୍ବର୍ଣ୍ଣ ସହ ୧୧ ପଦକ

କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ୩୯ତମ ଜାତୀୟ କନିଷ୍ଠ ଦୌଡ଼କୁଦରେ ହରିୟାଣା ବିଜେତା ହୋଇଥିବା ବେଳେ ତାମିଲନାଡୁ ଉପ‌ବିଜେତା ହୋଇଛି। ଓଡ଼ିଶା ୬ ସ୍ବର୍ଣ୍ଣ ସହ ୧୧ ପଦକ ଜିତିଛି।

sffssffs

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ୩୯ତମ ଜାତୀୟ କନିଷ୍ଠ ଦୌଡ଼କୁଦରେ ହରିୟାଣା ବିଜେତା ହୋଇଥିବା ବେଳେ ତାମିଲନାଡୁ ଉପ‌ବିଜେତା ହୋଇଛି। ଓଡ଼ିଶା ୬ ସ୍ବର୍ଣ୍ଣ ସହ ୧୧ ପଦକ ଜିତିଛି। ଶେଷ ଦିନରେ ଓଡ଼ିଶାର ଓମ୍‌କାର ପସାଦ ନନ୍ଦ, ଦଣ୍ଡପତି ମୃତ୍ୟୁମ ଜୟରାମ ଓ ଲକ୍ଷ୍ମୀପ୍ରିୟା କିଷାନ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ୧୮ ବର୍ଷରୁ କମ୍‌ ବାଳକ ସଟ୍‌ପୁଟ୍‌ରେ ଓମ୍‌କାର ୧୯.୩୬ ମିଟର ଫିଙ୍ଗି ଏହି ପଦକ ଜିତିଥିଲେ। ସେହିପରି ୨୦ ବର୍ଷରୁ କମ୍‌ ବାଳିକା ୮୦୦ ମିଟରରେ ଲକ୍ଷ୍ମୀପ୍ରିୟା ପ୍ରଥମ ସ୍ଥାନ ଅଧିକାର କରିଥିଲେ।

ପୂର୍ବରୁ ୧୦୦ ମିଟରରେ ସ୍ବର୍ଣ୍ଣ ଓ ୧୦୦ ମିଟର ରିଲେରେ ସ୍ବର୍ଣ୍ଣ ଜିତିଥିବା ଜୟରାମ ବୁଧବାର ୨୦୦ ମିଟରରେ ପ୍ରଥମ ସ୍ଥାନ ଅଧିକାର କରି ନିଜ ସ୍ବର୍ଣ୍ଣ ସଂଖ୍ୟା ୩ରେ ପହଞ୍ଚାଇଛନ୍ତି। ଏହି ସ୍ବର୍ଣ୍ଣ ପଦକ ଜିତିଥିବା ସମସ୍ତ ଖେଳାଳି ରିଲାଏନ୍ସ ଫାଉଣ୍ଡେସନ୍‌ର ଖେଳାଳି। ଏଥି ସହ ରିଲାଏନ୍ସ ଫାଉଣ୍ଡେସନ୍‌ର ଖେଳାଳି ଏହି ପ୍ରତିଯୋଗିତାରେ ୮ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୨ କାଂସ୍ୟ ସହ ମୋଟ ୧୨ ପଦକ ଜିତିଛନ୍ତି। ଓଡ଼ିଶା ପାଇଁ ୨୦ ବର୍ଷରୁ କମ୍‌ ବାଳିକାରେ ପି ଅର୍ପିତା ଅର୍ଚ୍ଚନା (୪୫.୧୪ ମିଟର) କାଂସ୍ୟ ଜିତିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe