କଳିଙ୍ଗରେ ଜାତୀୟ କନିଷ୍ଠ ଦୌଡ଼କୁଦ, ଓଏଏର ସାଧାରଣ ପରିଷଦ ବୈଠକ

Advertisment

ଓଡ଼ିଶା ଆଥ୍‌ଲେଟିକ୍‌ ସଂଘ(ଓଏଏ)ର ବାର୍ଷିକ ସାଧାରଣ ପରିଷଦ ବୈଠକ ରବିବାର ଦିନ ଓସିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ସଂଘ ସଭାପତି ଡକ୍ଟର ଜି.ଏସ୍. ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁ୍ଷ୍ଠିତ ବୈଠକରେ  ୨୦୨୪-୨୫ ଆର୍ଥିକ ବର୍ଷ ଲାଗି ୪୭ଲକ୍ଷ ଟଙ୍କାର ବ୍ୟୟ ଅଟ୍ଟକଳପାରିତ ହୋଇଛି।

ଓଡ଼ିଶା ଆଥ୍‌ଲେଟିକ୍‌ ସଂଘ(ଓଏଏ)ର ବାର୍ଷିକ ସାଧାରଣ ପରିଷଦ ବୈଠକ ରବିବାର ଦିନ ଓସିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ସଂଘ ସଭାପତି ଡକ୍ଟର ଜି.ଏସ୍. ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁ୍ଷ୍ଠିତ ବୈଠକରେ  ୨୦୨୪-୨୫ ଆର୍ଥିକ ବର୍ଷ ଲାଗି ୪୭ଲକ୍ଷ ଟଙ୍କାର ବ୍ୟୟ ଅଟ୍ଟକଳପାରିତ ହୋଇଛି।

hfkfhkkfkhkh

କଟକ: ଓଡ଼ିଶା ଆଥ୍‌ଲେଟିକ୍‌ ସଂଘ(ଓଏଏ)ର ବାର୍ଷିକ ସାଧାରଣ ପରିଷଦ ବୈଠକ ରବିବାର ଦିନ ଓସିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ସଂଘ ସଭାପତି ଡକ୍ଟର ଜି.ଏସ୍. ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁ୍ଷ୍ଠିତ ବୈଠକରେ  ୨୦୨୪-୨୫ ଆର୍ଥିକ ବର୍ଷ ଲାଗି ୪୭ଲକ୍ଷ ଟଙ୍କାର ବ୍ୟୟ ଅଟ୍ଟକଳପାରିତ ହୋଇଛି। ସେହିଭଳି ଅକ୍ଟୋବର ୭ତାରିଖରୁ ୯ତାରିଖ ପର୍ଯ୍ୟନ୍ତ ପୂର୍ବାଞ୍ଚଳ କନିଷ୍ଠ ଆଥ୍‌ଲେଟିକ୍‌ ପ୍ରତିଯୋଗିତା, ୨୫ତାରିଖରୁ ୨୯ ପର୍ଯ୍ୟନ୍ତ ଜାତୀୟ କନିଷ୍ଠ ଆଥ୍‌ଲେଟିକ୍‌ ପ୍ରତିଯୋଗିତା ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ କରାଯିବାକୁ ବୈଠକରେ ସ୍ଥିର ହୋଇଛି। ରାଜ୍ୟ କ୍ରୀଡ଼ା ବିଭାଗ ଓ ଓଡ଼ିଶା ଅଲିମ୍ପିକ ସଂଘ ମିଳିତ ଉଦ୍ୟମରେ ହେବାକୁ ଥିବା ଏହି ପ୍ରତିଯୋଗିତା ବିଷରେ ବିଷଦ ଆଲୋଚନା ହୋଇଥିଲା।

ଏହି ଅବସରରେ କିଟ୍ ବିଶ୍ବବିଦ୍ୟାଳୟ ପକ୍ଷରୁ ଡକ୍ଟରେଟ୍‌ ଡିଗ୍ରି ହାସଲ କରିଥିବା ଓଡ଼ିଶା ଅଲିମ୍ପିକ ସଂଘ ସମ୍ପାଦକ ଡକ୍ଟର ଆଶୀର୍ବାଦ ବେହେରାଙ୍କୁ ବରଗଡ଼ ଜିଲ୍ଲା ସଂଘ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ପ୍ୟାରିସ୍ ଅଲିମ୍ପିକ୍‌ କାଂସ୍ୟ ପଦକ ହାସଲ କରିଥିବା ଭାରତୀୟ ହଳର ତାରକା ଓଡ଼ିଆ ଖେଳାଳି ଅମିତ୍‌ ରୋହିଦାସଙ୍କୁ ଓଡ଼ିଶା ଅଲିମ୍ପିକ ସଂଘ ସମ୍ପାଦକ ଅଭିଜିତ ପାଲ୍ ୧ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରି ଉତ୍ସାହିତ କରିଥିଲେ। ସାଧାରଣ ପରିଷଦ ବୈଠକରେ ଓଏଏ ଉପସଭାପତି ଦୁଲାଲ ଚନ୍ଦ୍ର ପ୍ରଧାନ, ନଳିନୀ କୁମାର ଦାସ, ତାପସ କୁମାର ରାୟ ଚୌଧୁରୀ, ରଘୁନନ୍ଦନ ପାଢ଼ୀ, ଯୁଗ୍ମ ସମ୍ପାଦକ ଅଶୋକ କୁମାର ସାହୁ, ସହସମ୍ପାଦକ ବିଭୂତି ଭୂଷଣ ପଣ୍ଡା, ରବିଶଙ୍କର ପ୍ରତିହାରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe