ଜାତୀୟ କନିଷ୍ଠ ବ୍ୟାଡମିଣ୍ଟନ୍: ବିଦାୟ ନେଲେ ତନ୍ବୀ, ମିଶ୍ରିତ ଫାଇନାଲ୍‌ରେ ବିଶାଖା

Advertisment

ସ୍ଥାନୀୟ ନିଳାଦ୍ରୀବିହାରସ୍ଥିତ ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍‌ଡୋର ଷ୍ଟଡିୟମ୍‌ଠାରେ ଚାଲିଥିବା ୟୋନେକ୍ସ ସନ୍‌ରାଇଜ୍‌ ୪୭ତମ ଜାତୀୟ କନିଷ୍ଠ (୧୯ ବର୍ଷରୁ କମ୍‌) ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତା‌ରେ ରବିବାର ଓଡ଼ିଶା ଖେଳାଳିମାନେ

ସ୍ଥାନୀୟ ନିଳାଦ୍ରୀବିହାରସ୍ଥିତ ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍‌ଡୋର ଷ୍ଟଡିୟମ୍‌ଠାରେ ଚାଲିଥିବା ୟୋନେକ୍ସ ସନ୍‌ରାଇଜ୍‌ ୪୭ତମ ଜାତୀୟ କନିଷ୍ଠ (୧୯ ବର୍ଷରୁ କମ୍‌) ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତା‌ରେ ରବିବାର ଓଡ଼ିଶା ଖେଳାଳିମାନେ

ଆସନ୍ତାକାଲିଠୁ ୪ର୍ଥ ନଳିନୀକାନ୍ତ ମହାନ୍ତି ସ୍ମାରକୀ ରାଜ୍ୟ ଓପନ୍‌ ର‍୍ୟାଙ୍କିଙ୍ଗ୍‌ ବ୍ୟାଡମିଣ୍ଟନ ଚମ୍ପିୟନସିପ୍‌

ଭୁବନେଶ୍ୱର: ସ୍ଥାନୀୟ ନିଳାଦ୍ରୀବିହାରସ୍ଥିତ ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍‌ଡୋର ଷ୍ଟଡିୟମ୍‌ଠାରେ ଚାଲିଥିବା ୟୋନେକ୍ସ ସନ୍‌ରାଇଜ୍‌ ୪୭ତମ ଜାତୀୟ କନିଷ୍ଠ (୧୯ ବର୍ଷରୁ କମ୍‌) ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତା‌ରେ ରବିବାର ଓଡ଼ିଶା ଖେଳାଳିମାନେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି। ବାଳିକା ଏକକରେ ଓଡ଼ିଆ ଖେଳାଳି ତଥା ଟାଇଟଲ ଦାବିଦାର ତନ୍ବୀ ପତ୍ରୀ ତାମିଲନାଡ଼ୁର ପ୍ରକ୍ରିତି ଭରତଙ୍କଠାରୁ ୨୧-୧୩, ୨୦-୨୨, ୨୦-୨୨ରେ ପରାଜିତ ହୋଇଛନ୍ତି। ସେହିଭଳି ବାଳିକା ଯୁଗଳରେ ଓଡ଼ିଶାର ବିଶାଖା ଟୋପ୍ପୋ-ପ୍ରଗତି ପରିଡ଼ା ମଧ୍ୟ ଫାଇନାଲ୍ ପର୍ଯ୍ୟାୟକୁ ଯାଇ ପାରି ନାହାନ୍ତି। ଏକମାତ୍ର ସ୍ଥାନୀୟ ଖେଳାଳି ଭାବେ ବିଶାଖା ଟପ୍ପୋ ମିଶ୍ରିତ ଯୁଗଳରେ ମିଜୋରାମର ଲାଲ ରାମସାଙ୍ଗାଙ୍କୁ ସାଥୀ କରି ଫାଇନାଲ୍‌ରେ ପହଞ୍ଚିବା ସହ ଟ୍ରଫି ଜିତିବା ଆଶା ଅତୁଟ ରଖିଛନ୍ତି।

ଫାଇନାଲ୍‌ରେ ଏହି ଓଡ଼ିଶା-ମିଜୋରାମ ଯୋଡ଼ି ଆନ୍ଧ୍ର-ତେଲେଙ୍ଗାନା ଯୋଡ଼ି ଭାର୍ଗବରାମ ଓ କେନଲା କେଙ୍କୁ ଭେଟିବେ। ସେହିଭଳି ବାଳିକା ଏକକ ଫାଇନାଲ୍‌ରେ ତାମିଲନାଡ଼ୁର ପ୍ରକ୍ରିତି ଭରତ ଓ ମହାରାଷ୍ଟ୍ରର ଆଲିସା ନାଏକ ଏବଂ ବାଳକ ଏକକ ଫାଇନାଲ୍‌ରେ କର୍ଣ୍ଣାଟକର ତୁଷାର ସୁବୀର ଓ ମହାରାଷ୍ଟ୍ରର ପ୍ରଣୟ ସେଟିଗାର ମୁହାଁମୁହିଁ ହେ‌ବେ। ସେହିଭଳି ବାଳିକା ଯୁଗଳରେ ଆନ୍ଧ୍ରର ଇସା କନ୍ଦରପୁ ଓ ମହାରାଷ୍ଟ୍ରର ତାରିଣୀ ସୁରି ଏବଂ ମିଜୋରାମର ଲାଲରେମ ପୁଇ ଓ ଛତିଶଗଡ଼ର ତାନୁ ଚନ୍ଦ୍ରା ମୁକାବିଲା କରିବେ। ଆଜି ଓଡ଼ିଶା ବ୍ୟାଡମିଣ୍ଟନ୍ ସଂଘ (ଓସ୍‌ବା) କାର୍ଯ୍ୟକାରିଣୀ ସଦସ୍ୟ ସୁରୁଲାଲ ମଟାରିଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ପ୍ରତିଯୋଗିତାର ଆୟୋଜକ କମିଟି ସଦସ୍ୟ କମଲଦାସ, କାର୍ତ୍ତିକ ଦାସ, ମନୋରଞ୍ଜନ ପଣ୍ଡା, ପ୍ରୀତପାଲ ସିଂ, ଅବଦୁଲ ହାକିମଙ୍କ ଦ୍ୱାରା ସମସ୍ତ ଜାତୀୟ ଓ ରାଜ୍ୟସ୍ତରୀୟ ରେଫରି, ବୈଷୟିକ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଫାଇନାଲ୍‌ ମ୍ୟାଚ୍‌ଗୁଡ଼ିକ  ସୋମବାର ପୂର୍ବାହ୍ନ ୯ଟାରୁ ଆରମ୍ଭ ହେବ ବୋଲି ଓସ୍‌ବା ସଭାପତି ରାଜେଶ ପ୍ରଭାକର ପାଟିଲ, ସଂପାଦକ ନୀଲିନ କୁମାର ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe