ଭୁବନେଶ୍ବର: ୪୦ତମ ଜାତୀୟ କନିଷ୍ଠ ଖୋ ଖୋ ପ୍ରତିଯୋଗିତା ବୁଧବାର ଭୁବନେଶ୍ବରସ୍ଥିତ କିଟ୍ ବିଶ୍ବବିଦ୍ୟାଳୟର ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିୟମ୍ରେ ଉଦ୍ଘାଟିତ ହୋଇଯାଇଛି। ପ୍ରଥମ ଦିନ ଓଡ଼ିଶା ବାଳକ ଦଳ ୨୮-୬ରେ ମଧ୍ୟପ୍ରଦେଶକୁ ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିଛି। ୫ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ଉଭୟ ବାଳକ ଓ ବାଳିକାରେ ୫୩ ଦଳ ଏବଂ ୬୦୦ରୁ ଅଧିକ ଖେଳାଳି ଅଂଶଗ୍ରହଣ କରିଛନ୍ତି।
ଉଦ୍ଘାଟନ ଉତ୍ସବରେ ଅତିଥିଭାବେ କିଟ୍ ଓ କିସ୍ର ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତ, ଓଡ଼ିଶା ହକି ପ୍ରମୋସନ୍ କାଉନସିଲ୍ର ଅଧ୍ୟକ୍ଷ ଦିଲୀପ ତିର୍କି, କ୍ରୀଡ଼ା ସଚିବ ଆର୍ ଭିନୀଲ କ୍ରିଷ୍ଣା, ଭାରତୀୟ ଖୋ ଖୋ ମହାସଂଘର ସାଧାରଣ ସଂପାଦକ ଏମଏସ୍ ତ୍ୟାଗୀ, ଓଡ଼ିଶା ଖୋ ଖୋ ସଂଘର ସଭାପତି ନାରାୟଣ ପାତ୍ର ଓ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
ଜାତୀୟ କନିଷ୍ଠ ଖୋ ଖୋ ଉଦ୍ଘାଟିତ: ବିଜୟରୁ ଓଡ଼ିଶାର ଅଭିଯାନ
Advertisment
Follow Us