ଜାତୀୟ କନିଷ୍ଠ ଦୌଡ଼କୁଦ: ଓଡ଼ିଶାକୁ ୨ସ୍ବର୍ଣ୍ଣ ସହିତ ୩ ପଦକ

Advertisment
ଜାତୀୟ କନିଷ୍ଠ ଦୌଡ଼କୁଦ: ଓଡ଼ିଶାକୁ ୨ସ୍ବର୍ଣ୍ଣ ସହିତ ୩ ପଦକ

କଟକ: ଆସାମର ଗୁଆହାଟୀଠାରେ ଚାଲିଥିବା ଜାତୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାର ଚତୁର୍ଥ ଦିନରେ ଓଡ଼ିଶାକୁ ୩ ପଦକ ମିଳିଛି। ଓଡ଼ିଶା ସୋମବାର ଦୁଇଟି ସ୍ବର୍ଣ୍ଣ ପଦକ ସହିତ ଗୋଟିଏ ​ରୌପ୍ୟ ପଦକ ହାସଲ କରିଛି। ଏଥିସହିତ ଓଡ଼ିଶାର ପଦକ ସଂଖ୍ୟା ୧୦ରେ ପହଞ୍ଚିଛି। ଏଥିମଧ୍ୟରେ ୬ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୧ କାଂସ୍ୟ ପଦକ ଅନ୍ତର୍ଭୁକ୍ତ। ସୋମବାର ତେଜସ୍ବିନୀ ଧଳ କିଡ୍‌ସ୍‌ ଜାଭେଲିନ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେ ୩୩.୬୦ ମିଟର ପର୍ଯ୍ୟନ୍ତ ଜାଭେଲିନ୍‌ ଫିଙ୍ଗି ଏହି ସଫଳତା ପାଇଛନ୍ତି। ଗୁଜରାଟର ଅପେକ୍ଷା ଗମିତ ରୌପ୍ୟ ଓ ପଞ୍ଜାବର ମନରିତ କୌର କାଂସ୍ୟ ପଦକ ପାଇଛନ୍ତି। ୨୦ ବର୍ଷରୁ କମ୍‌ ବାଳକ ଦଳ ୪୦୦ ମିଟର ରିଲେରେ ସ୍ବର୍ଣ୍ଣ ଦିନର ଦ୍ବିତୀୟ ସ୍ବର୍ଣ୍ଣ ଜିତିଛନ୍ତି।

ଭିମ ସର୍ଦ୍ଦାର, ଅଭିଷେକ ଦଳବେହେରା, ଲାଲୁ ପ୍ରସାଦ ଭୋଇ ଓ ଆରିୟାନ ଏକ୍କା ଏହି ରିଲେ ଦଳରେ ଓଡ଼ିଶାକୁ ପ୍ରତିନିଧିତ୍ବ କରୁଥିଲେ। ଓଡ଼ିଶା ରିଲେ ଦଳ ୩୧.୩୧ ସେକେଣ୍ଡରେ ଏହି ସଫଳତା ପାଇଥିଲା ବେଳେ ୦.୦୩ ସେକେଣ୍ଡ୍‌ରେ ମିଟ୍‌ କୀର୍ତ୍ତିମାନ୍‌ର ବଞ୍ଚିତ ହୋଇଛି। ପୂର୍ବରୁ ଏହି କୀର୍ତ୍ତିମାନ ୩୧.୨୮ ସେକେଣ୍ଡ ରହିଛି। ଏହି ଇଭେଣ୍ଟରେ କେରଳ ରୌପ୍ୟ ଓ ତାମିଲନାଡୁ କାଂସ୍ୟ ପଦକ ପାଇଥିଲେ। ୨୦ ବର୍ଷରୁ କମ୍‌ ବାଳିକା ଟ୍ରିପଲ୍‌ ଜମ୍ପରେ ଓଡ଼ିଶାର ମେରିମୁକ୍ତା ସୋରେଙ୍ଗ ୧୨.୩୭ ମିଟର୍‌ ସହ ରୌପ୍ୟ ପଦକ ହାସଲ କରିଛନ୍ତି। ମହାରାଷ୍ଟ୍ରର ପୂର୍ବା ହିତେଶ ସାୱନ୍ତ ସ୍ବର୍ଣ୍ଣ ଓ ମଧ୍ୟପ୍ରଦେଶର ନିମିଶ ଦାୟମା କାଂସ୍ୟ ପଦକ ଜିତିଥିଲେ। ଓଡ଼ିଶା ଦୌଡ଼କୁଦ ସଂଘର ସଭାପତି ଶ୍ରୀନିବାସ ପଟ୍ଟନାୟକ ଓ ସଂପାଦକ ଆଶୀର୍ବାଦ ବେହେରା ଓଡ଼ିଶାର ପଦକ ବିଜେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe