କଟକ: ସତ୍ୟବ୍ରତ ଷ୍ଟାଡିୟମରେ ଚାଲିଥିବା ୩୨ତମ ଜାତୀୟ ଉପକନିଷ୍ଠ ସଫ୍ଟବଲ୍ ପ୍ରତିଯୋଗିତା ଗୁରୁବାର ଉଦ୍ଯାପିତ ହୋଇଛି। ଶେଷ ଦିନ ଖେଳାଯାଇଥିବା ଉଭୟ ବର୍ଗର ଫାଇନାଲ୍ରେ ରାଜସ୍ଥାନ ବାଳକ ଓ ମଧ୍ୟପ୍ରଦେଶ ବାଳିକା ବିଜେତା ହୋଇଛନ୍ତି। ବାଳକ ଫାଇନାଲ୍ରେ ରାଜସ୍ଥାନ ୩-୨ରେ ଆନ୍ଧ୍ରପ୍ରଦେଶକୁ ହରାଇ ଟ୍ରଫି କରାୟତ କରିଥିଲା ବେଳେ ମହାରାଷ୍ଟ୍ର ତୃତୀୟ ସ୍ଥାନରେ ରହିଥିଲା। ସେହପରି ବାଳିକା ଫାଇନାଲ୍ରେ ମଧ୍ୟପ୍ରଦେଶ ୭-୨ରେ ରାଜସ୍ଥାନକୁ ପରାସ୍ତ କରି ଟ୍ରଫି ହାତେଇଥିଲା ବେଳେ ତେଲେଙ୍ଗାନା ତୃତୀୟ ହୋଇଥିଲା। ଉଦ୍ଯାପନୀ କାର୍ଯ୍ୟକ୍ରମରେ କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭାରତୀ ସଫ୍ଟବଲ ସ˚ଘର ସାଧାରଣ ସମ୍ପାଦକ ଏଲ୍ ଆର୍ ମୌର୍ଯ୍ୟ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରବୀଣ ଆନାଓକର, କୋଷାଧ୍ୟକ୍ଷ ଶ୍ରୀକାନ୍ତ ଥୋରାଟ, ଓଡ଼ିଶା ସଫ୍ଟବଲ ସ˚ଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ, ଦୁଇ ଯୁଗ୍ମ ସମ୍ପାଦକ ରାଜକିଶୋର ପଟ୍ଟନାୟକ ଓ ବିଭୁଦତ୍ତ ରଥ ଉପସ୍ଥିତ ଥିଲେ।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    
  
 Follow Us