ଭୁବନେଶ୍ବର: ମହାରାଷ୍ଟ୍ରର ପୁନେସ୍ଥିତ ବାଲେବାଡ଼ି ଷ୍ଟାଡିୟମ୍ରେ ଚାଲିଥିବା ଜାତୀୟ କରାଟେ ପ୍ରତିଯୋଗିତାର ପ୍ରଥମ ଦିବସରେ ୮ ପଦକ ଜିତିଥିବା ଓଡ଼ିଶାକୁ ଶନିବାର ଦ୍ବିତୀୟ ଦିବସରେ ଆଉ ୪ ପଦକ ମିଳିଯାଇଛି। ଏଥିରେ ଗୋଟିଏ ସ୍ବର୍ଣ୍ଣ, ୨ ରୌପ୍ୟ ଏବଂ ଗୋଟିଏ କାଂସ୍ୟ ସାମିଲ ରହିଛି। ମହିଳା ବ୍ୟକ୍ତିଗତ କାଟାରେ ଭାଲିନା ଭାଲେଣ୍ଟିନା ସ୍ବର୍ଣ୍ଣିମ ସଫଳତା ହାସଲ କରିଥିଲା ବେଳେ ପୁରୁଷ କ୍ୟାଡେଟ୍ ୫୨ କେଜି ବର୍ଗରେ ସାଇ ସ୍ବରୂପ ବେବର୍ତା ଏବଂ ମହିଳା ୨୧ ବର୍ଷରୁ କମ୍ ୫୦ କେଜି କୁମିତେରେ ବ୍ରତତୀ ବିଶ୍ବରୂପା ପ୍ରତ୍ୟେକ ରୌପ୍ୟ ପଦକ ଜିତିଛନ୍ତି। ଅନ୍ୟପକ୍ଷରେ ୨୧ ବର୍ଷରୁ କମ୍ ୮୪ କେଜି କୁମିତେରେ ଆର୍ଯ୍ୟନ ରାଉତ କାଂସ୍ୟ ପଦକ ହାସଲ କରିଛନ୍ତି। ଏଥି ସହିତ ଦୁଇ ଦିନରେ ଓଡ଼ିଶାର ମୋଟ ପଦକ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି।
ଜାତୀୟ କରାଟେ: ଭାଲିନାଙ୍କୁ ସ୍ବର୍ଣ୍ଣ, ଓଡ଼ିଶାକୁ ଆଉ ୪ ପଦକ
Advertisment
Follow Us