ଜାତୀୟ କରାଟେ: ତୃତୀୟ ଦିନ ଓଡ଼ିଶାକୁ ୭ ପଦକ

Advertisment
ଜାତୀୟ କରାଟେ: ତୃତୀୟ ଦିନ ଓଡ଼ିଶାକୁ ୭ ପଦକ

ଭୁବନେଶ୍ବର: ମହାରାଷ୍ଟ୍ରର ପୁନେସ୍ଥିତ ବାଲେବାଡ଼ି ଷ୍ଟାଡିୟମ୍‌ରେ ଚାଲିଥିବା ଜାତୀୟ କରାଟେ ପ୍ରତିଯୋଗିତାର ପ୍ରଥମ ଦିବସରେ ୮ଏବଂ ଦ୍ବିତୀୟ ଦିବସରେ ୪ ପଦକ ଜିତିଥିବା ଓଡ଼ିଶାକୁ ରବିବାର ତୃତୀୟ ଦିବସରେ ୭ ପଦକ ମିଳିଛି। ଏଥିରେ ୨ ‌ରୌପ୍ୟ ଏବଂ ୫ କାଂସ୍ୟ ସାମିଲ ରହିଛି। ପୁରୁଷ ବରିଷ୍ଠ ୮୪ କେଜି ଫାଇଟ୍‌ରେ ରୀତେଶ ରୟ ଏବଂ ବରିଷ୍ଠ ମହିଳା ୫୦ କେଜି ଫାଇଟ୍‌ରେ ବ୍ରତତୀ ପତି ରୌପ୍ୟ ପଦକ ଜିତିଥିଲା ବେଳେ ପୁରୁଷ ଦଳଗତ କାଟାରେ କାଂସ୍ୟ ପଦକ ମିଳିଥିଲା। ସେହିପରି ପୁରୁଷ ବରିଷ୍ଠ ୬୦ କେଜି ଫାଇଟ୍‌ରେ କୃଷ୍ଣ ମୋହରନ, ବରିଷ୍ଠ ମହିଳା ୪୫ କେଜି ଫାଇଟ୍‌ରେ ସିନ୍ଧୁତନୟା ଖୁଣ୍ଟିଆ, ମହିଳା ୪୫ କେଜି ଫାଇଟ୍‌ରେ ଅନୁପମା ସ୍ବାଇଁ ଏବଂ ମହିଳା ୬୮ କେଜି ଫାଇଟ୍‌ରେ ସାଲୋନି ଲେଙ୍କା କାଂସ୍ୟ ପଦକ ହାସଲ କରି ତିନି ଦିନରେ ଓଡ଼ିଶାର ମୋଟ ପଦକ ସଂଖ୍ୟା ୧୯କୁ ବୃଦ୍ଧି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe