ଜାତୀୟ କିକ୍‌ବକ୍ସିଂ: ଓଡ଼ିଶାକୁ ୧୨ ସ୍ବର୍ଣ୍ଣ ସହ ୪୭ ପଦକ

Advertisment
ଜାତୀୟ କିକ୍‌ବକ୍ସିଂ: ଓଡ଼ିଶାକୁ ୧୨ ସ୍ବର୍ଣ୍ଣ ସହ ୪୭ ପଦକ

ବଡ଼ବିଲ: କୋଲକାତାସ୍ଥିତ ଇଷ୍ଟର୍ଣ୍ଣ ସ୍ପୋର୍ଟସ୍‌ ଇନ୍‌ଡୋର ଷ୍ଟାଡିୟମରେ ଗତ ୧୯ରୁ ୨୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଜାତୀୟ କିକ୍‌ବକ୍ସିଂ ପ୍ରତିଯୋଗିତାରେ ଓଡ଼ିଶାକୁ ୧୨ ସ୍ବର୍ଣ୍ଣ ସହ ମୋଟ ୪୭ ପଦକ ମିଳିଛି। ୱାକୋ ଇଣ୍ଡିଆ କିକ୍‌ବକ୍ସିଂ ଫେଡେରେସନ ଆନୁକୂଲ୍ୟରେ ଏବଂ ୱେଷ୍ଟ ଇଣ୍ଡିଆ କିକ୍‌ବକ୍ସିଂ ସଂଘର ସହଯୋଗରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ୩୧ ରାଜ୍ୟରୁ ୧୬୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଓଡ଼ିଶା ଦଳରେ ୮୫ ପ୍ରତିଯୋଗୀ ରହିଥିଲେ। ଏମାନଙ୍କ ମଧ୍ୟରୁ ବିଭିନ୍ନ ବର୍ଗରେ କେବଳ କେନ୍ଦୁଝର ଜିଲ୍ଲାରୁ ୧୩ ଜଣ ଅଂଶଗ୍ରହଣ କରିଥିଲେ। ଓଡ଼ିଶାକୁ ୧୨ ସ୍ବର୍ଣ୍ଣ, ୧୭ ରୌପ୍ୟ ଓ ୧୮ କାଂସ୍ୟ ପଦକ ମିଳିଛି। ଏଥିରୁ କେନ୍ଦୁଝର ଜିଲ୍ଲା ବଡ଼ବିଲର ପ୍ରତିଯୋଗୀମାନେ ୫ ସ୍ବର୍ଣ୍ଣ, ୭ ରୌପ୍ୟ ଓ ୪ କାଂସ୍ୟ ପଦକ ଜିତିଛନ୍ତି। ବଡ଼ବିଲର ଅଜୟ କୈବର୍ତ୍ତ, ଅମିତ ଗୋପ, ସୁବାସ ଯାମୁଦା, ହିମତ୍ ସିଂହ ସ୍ବର୍ଣ୍ଣ, ଅଂଶୁମାନ ପ୍ରସାଦ, ସିମରନ୍‌ ଗୁରିୟା, ସାରା ମାଝୀ, ଯଶପ୍ରୀତ୍ ସିଂହ, ମୁହୁକାମ୍‌ ସିଂହ ରୌପ୍ୟ ଏବଂ ଅଖିଳେଶ୍ବର କେନ୍ଥ, ପରମିତ ସିଂହ, ଖୁସି ହେମ୍ବ୍ରମ କାଂସ୍ୟ ପଦକ ପାଇଛନ୍ତି। ଓଡ଼ିଶା ଦଳର ମୁଖ୍ୟ ପ୍ରଶିକ୍ଷକ ମନଜିତ୍ ସିଂହ ଓ ରେଫରି ସୁଜିତ ପ୍ରସାଦଙ୍କ ନେତୃତ୍ବରେ କୋଲକାତା ଗସ୍ତ କରିଥିବା ଓଡ଼ିଶା ଦଳକୁ ବଡ଼ବିଲ ଟାଇଗର ଫାଉଣ୍ଡେସନ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ କରାଯାଇଥିଲା। ପଦକ ହାସଲ କରିଥିବା କୃତୀ ପ୍ରତିଯୋଗୀଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe