କଟକ: ଇନ୍ଦୋରଠାରେ ଆରମ୍ଭ ହୋଇଥିବା ୬୨ତମ ଜାତୀୟ କୁସ୍ତି ପ୍ରତିଯୋଗିତାରେ ଓଡ଼ିଶାର କେଦାର ଦଳାଇ କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ୭୪ କିଗ୍ରା ବର୍ଗରେ କେଦାର ପ୍ରଥମ ଦିନରେ ଝାଡ଼ଖଣ୍ଡର ପହିଲମାନଙ୍କୁ ୧୦-୦ ଟେକ୍ନିକାଲ ପଏଣ୍ଟରେ ପରାସ୍ତ କରିଥିଲେ। ଦ୍ୱିତୀୟ ରାଉଣ୍ଡରେ କେରଳ ପହିଲମାନଙ୍କୁ ହରାଇଥିଲାବେଳେ ତୃତୀୟ ରାଉଣ୍ଡରେ ବାଏ ପାଇ କ୍ୱାର୍ଟରରେ ପ୍ରବେଶ କରିଛନ୍ତି। ୬୫ କିଗ୍ରା ବର୍ଗରେ ପ୍ରତାପ ପ୍ରଧାନ ଦୁଇ ରାଉଣ୍ଡ ଜିତି କ୍ୱାର୍ଟରରେ ପ୍ରବେଶ କରିଥିଲେ ବି ସେଥିରେ ପରାସ୍ତ ହୋଇଥିଲେ।
ଜାତୀୟ କୁସ୍ତି କ୍ୱାର୍ଟରରେ କେଦାର
Advertisment
Follow Us