ଜାତୀୟ କେଭିଏସ୍‌ କ୍ରୀଡ଼ା ଆଜିଠାରୁ

Advertisment
ଜାତୀୟ କେଭିଏସ୍‌ କ୍ରୀଡ଼ା ଆଜିଠାରୁ

ଭୁବନେଶ୍ୱର,: ଜାତୀୟ ବିଶ୍ୱବିଦ୍ୟାଳୟ ପରେ ଏବେ ଜାତୀୟ କେଭିଏସ୍‌ (କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ) କ୍ରୀଡ଼ା ମହୋତ୍ସବ କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଆରମ୍ଭ ହେବାକୁ ଯାଉଛି। ତିନୋଟି ପର୍ଯ୍ୟାୟରେ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତା ଶନିବାରଠାରୁ ଆରମ୍ଭ ହେଉଛି। ଅକ୍ଟୋବର ୨୧ରୁ ୨୪ ପର୍ଯ୍ୟନ୍ତ ଦୌଡ଼କୁଦ, ଚେସ୍‌, ବ୍ୟାଡ୍‌ମିଣ୍ଟନ, ଭଲିବଲ୍‌ ପ୍ରତିଯୋଗିତା ହେବ। ଏହା ପରେ ଅକ୍ଟୋବର ୨୭ରୁ ୩୦ ପର୍ଯ୍ୟନ୍ତ ଜୁଡ଼ୋ, ଖୋ ଖୋ, ଫୁଟ୍‌ବଲ୍‌ ଏବଂ ତୀରନ୍ଦାଜୀ ଏବଂ ନଭେମ୍ବର ୭ରୁ ୧୧ ପର୍ଯ୍ୟନ୍ତ କ୍ରିକେଟ୍‌ ପ୍ରତିଯୋଗିତା ହେବ।

ଦେଶର ୨୫ ଅଞ୍ଚଳରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟରୁ ପ୍ରାୟ ୩୦୦୦ ଛାତ୍ରଛାତ୍ରୀ ଏହି ୩ ସପ୍ତାହବ୍ୟାପୀ କ୍ରୀଡ଼ା ମହୋତ୍ସବରେ ଭାଗ ନେବେ। କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଆୟୁକ୍ତଙ୍କ ସହିତ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ, ଅଲିମ୍ପିଆନ୍‌ ଦୂତି ଚାନ୍ଦ ଏବଂ ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟର୍‌ ଦେବାଶିଷ ମହାନ୍ତି ଅତିଥିଭାବେ ଯୋଗଦେବେ ବୋଲି କ୍ରୀଡ଼ା ନିର୍ଦେଶକ ଡକ୍ଟର ଗଗନେନ୍ଦୁ ଦାଶ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe