ଜାତୀୟ ଲେଗ୍‌ କ୍ରିକେଟ୍‌, ଓଡ଼ିଶା ବିଜେତା

ଜାତୀୟ ଲେଗ୍‌ କ୍ରିକେଟ୍‌, ଓଡ଼ିଶା ବିଜେତା

ଭୁବନେଶ୍ବର: ଉତ୍ତର ପ୍ରଦେଶର ମଥୁରାରେ ଚଳିତ ମାସ ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ନବମ ଜାତୀୟ ଲେଗ୍‌ କ୍ରିକେଟ୍‌ ପ୍ରତିଯୋଗିତାରେ ଓଡ଼ିଶା ଦଳ ବିଜେତା ହୋଇଛି। ଫାଇନାଲ୍‌ରେ ଓଡ଼ିଶାର ମୁକାବିଲା ଦିଲ୍ଲୀ ସହ ହୋଇଥିଲା। ସେଥିରେ ଟସ୍‌ ହାରି ପ୍ରଥମେ ବୋଲିଂ ପାଇଥିବା ଓଡ଼ିଶା ୮ ଓଭରରେ ଦିଲ୍ଲୀକୁ ୧୬୩ ରନ୍‌ରେ ଅଲ୍‌ଆଉଟ୍‌ କରିଦେଇଥିଲା। ଜବାବରେ ୯ ଓଭରରେ ୮ ୱିକେଟ୍‌ ହରାଇ ଓଡ଼ିଶା ବିଜୟ ଲକ୍ଷ୍ୟରେ ପହଞ୍ଚି ଯା‌ଇଥିଲା। ଫଳରେ ଏବର ଭାରତୀୟ ଲେଗ୍‌ କ୍ରିକେଟ୍‌ ଦଳର ଅଧିନାୟକ ଚନ୍ଦନ ରାୟଙ୍କ ନେତୃତ୍ବରେ ଓଡ଼ିଶା ଦଳ ଲଗାତାର ଦୁଇଟି ଜାତୀୟ ପ୍ରତିଯୋଗିତା ଜିତି ଇତିହାସ ରଚିଛି।

ବିଜେତା ଓଡ଼ିଶା ଦଳକୁ ଓଡ଼ିଶା ଲେଗ୍‌ କ୍ରିକେଟ୍‌ ସଂଘର ସାଧାରଣ ସଂପାଦକ ଦୁଲାଲ ଚନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି। ଫାଇନାଲ୍‌ ପୂର୍ବରୁ ଓଡ଼ିଶା ଦଳ ସେମିଫାଇନାଲ୍‌ରେ ଉତ୍ତର ପ୍ରଦେଶକୁ ୫୮ ରନ୍‌ରେ ପରାସ୍ତ କରିଥିଲା। ଏହି ପ୍ରତିଯୋଗିତାରେ ମୋଟ ୬ ଦଳ ଅଂଶ ଗ୍ରହଣ କରିଥିଲେ। ବିଶେଷକରି ମହାରାଷ୍ଟ୍ରରେ କରୋନା ମହାମାରୀ ଜନିତ ଅଚାନକ ଲକ୍‌ଡାଉନ୍‌ ଯୋଗୁଁ ବହୁ ଦଳ ଏଥିରେ ଭାଗ ନେଇପାରିନଥିଲେ। କିନ୍ତୁ ଗ୍ରୁପ୍‌-ବିରେ ସାମିଲ ଥିବା ଓଡ଼ିଶା ଚମତ୍କାର ପ୍ରଦର୍ଶନ ବଳରେ ବିଜେତା ଆଖ୍ୟା ହାତେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe