ଭୁବନେଶ୍ୱର: ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି)ର ୬୧ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜିତ ସର୍ବଭାରତୀୟ ଏଲ୍ଆଇସି କ୍ରୀଡ଼ା ଗୁରୁବାର୍ ଉଦ୍ଘାଟିତ ହୋଇଛି। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ଏବଂ ମଞ୍ଚେଶ୍ୱରସ୍ଥିତ ପୂର୍ବତଟ ରେଳବାଇ ଇନ୍ଡୋର୍ ଷ୍ଟାଡିୟମ୍ରେ ମୋଟ ୬ ଖେଳରେ ଏହି ପ୍ରତିଯୋଗିତା ଆରମ୍ଭ ହୋଇଛି। ରେଳବାଇ ଷ୍ଟାଡିୟମ୍ରେ ଟେବୁଲ୍ ଟେନିସ୍, ବ୍ୟାଡ୍ମିଣ୍ଟନ୍ ଏବଂ କଳିଙ୍ଗ ଷ୍ଟାଡିୟମ୍ରେ ଦୌଡ଼ଦୁଦ, ଭଲିବଲ୍, ଚେସ୍ ଓ କ୍ୟାରମ୍ ଆରମ୍ଭ ହୋଇଛି। ପ୍ରତିଯୋଗିତାକୁ ଏଲ୍ଆଇସିର ପରିଚାଳନା ନିର୍ଦେଶିକା ଉଷା ସାଙ୍ଗଓ୍ଵାନ୍ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି। ବାଲୁକାରେ ପ୍ରସ୍ତୁତ ଲୋଗୋ ଏବଂ ଏଲ୍ଆଇସି ପତାକା ଉନ୍ମୋଚନ କରିଥିଲେ। ପୂର୍ବମଧ୍ୟ କ୍ଷେତ୍ରୀୟ ପ୍ରବଂଧକ ସି ବିକାଶ ରାଓ, ଏଲ୍ଆଇସି ସ୍ପୋର୍ଟସ ପ୍ରମୋସନ୍ ବୋର୍ଡର କାର୍ଯ୍ୟନିର୍ବାହୀ ନର୍ଦେଶକ କୀରଣ ସହଦେବ ବୋର୍ଡର ପତାକା ଉତ୍ତୋଳନ କରିଥିଲେ। ୮ ଜୋନ୍ ଓ ୧୧୩ ମଣ୍ଡଳରୁ ଆସିଥିବା ପ୍ରାୟ ୪୦୦ରୁ ଊର୍ଧ୍ୱ ଖେଳାଳିମାନେ ମାର୍ଚ ପାଷ୍ଟରେ ଅଂଶଗ୍ରହଣ କରିଥିଲେ। ଖେଳାଳିଙ୍କ ପକ୍ଷରୁ ଓଡ଼ିଶାର ଚେସ୍ ଡବ୍ଳ୍ୟୁଜିଏମ୍ କିରଣ ମନୀଷା ମହାନ୍ତି ଏବଂ ରାକେଶ କୁମାର ଶପଥ ପାଠ କରିଥିଲେ। ଭୁବନେଶ୍ୱର ମଣ୍ଡଳର ବରିଷ୍ଠ ମଣ୍ଡଳ ପ୍ରବଂଧକ ଲକ୍ଷ୍ମୀପ୍ରସାଦ ଦାସ, ପ୍ରତିଯୋଗିତାର ପରିଚାଳନା ସମିତି ଆବାହକ ତଥା ଭୁବନେଶ୍ୱର ମଣ୍ଡଳ ବିପଣନ ପ୍ରବଂଧକ ଅନନ୍ତ ଭୂଷଣ ରଥ, କାର୍ମିକ ଓ ଔଦ୍ୟୋଗିକ ସମ୍ପର୍କ ବିଭାଗ ପ୍ରବଂଧକ ନୃସିଂହ ଚରଣ ବେହେରା, ବିକ୍ରୟ ବିଭାଗ ପ୍ରବଂଧକ ପ୍ରମୋଦ କୁମାର ସାହୁ, ଭୁବନେଶ୍ୱର ମଣ୍ଡଳ କ୍ରୀଡ଼ା କ୍ଲବ୍ ସମ୍ପାଦକ ରମାକାନ୍ତ ଦାଶ, ସଦସ୍ୟ ରୂପନାରାୟଣ ସାହୁ, ସୁଧାଂଶୁ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
ସର୍ବଭାରତୀୟ ଏଲ୍ଆଇସି କ୍ରୀଡ଼ା ଆରମ୍ଭ
Advertisment
Follow Us