11 medals for Odisha : ଜାତୀୟ ମାଷ୍ଟର୍ସ ଦୌଡ଼କୁଦ, ଓଡ଼ିଶାକୁ ୧୧ ପଦକ

Advertisment

ମଧ୍ୟପ୍ରଦେଶର ଜବଲପୁରଠାରେ ରବିବାର ଶେଷ ହୋଇଥିବା ୪୫ତମ ଜାତୀୟ ମାଷ୍ଟର୍ସ ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଶା ୧୧ ପଦକ ଜିତି ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛି। ଓଡ଼ିଶାରୁ ଏକ ୧୨ ଜଣିଆ ଦଳ ଅଂଶଗ୍ରହଣ କରିଥିବାବେଳେ ୫ ଜଣ ଏହି ୧୧ ପଦକ ଜିତିଛନ୍ତି।

ମଧ୍ୟପ୍ରଦେଶର ଜବଲପୁରଠାରେ ରବିବାର ଶେଷ ହୋଇଥିବା ୪୫ତମ ଜାତୀୟ ମାଷ୍ଟର୍ସ ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଶା ୧୧ ପଦକ ଜିତି ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛି। ଓଡ଼ିଶାରୁ ଏକ ୧୨ ଜଣିଆ ଦଳ ଅଂଶଗ୍ରହଣ କରିଥିବାବେଳେ ୫ ଜଣ ଏହି ୧୧ ପଦକ ଜିତିଛନ୍ତି।

spt

ଭୁବନେଶ୍ବର: ମଧ୍ୟପ୍ରଦେଶର ଜବଲପୁରଠାରେ ରବିବାର ଶେଷ ହୋଇଥିବା ୪୫ତମ ଜାତୀୟ ମାଷ୍ଟର୍ସ ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଶା ୧୧ ପଦକ ଜିତି ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛି। ଓଡ଼ିଶାରୁ ଏକ ୧୨ ଜଣିଆ ଦଳ ଅଂଶଗ୍ରହଣ କରିଥିବାବେଳେ ୫ ଜଣ ଏହି ୧୧ ପଦକ ଜିତିଛନ୍ତି। ଗଜପତିର କିଶୋର ଚନ୍ଦ୍ର ରଥ ବ୍ୟକ୍ତିଗତ ଭାବେ ୪ ପଦକ ଜିତିଛନ୍ତି। କିଶୋର ୧୦୦ ମିଟର ଦୌଡ଼ ଓ ୧୦୦ ମିଟର୍‌ ରିଲେ ଦୌଡ଼ରେ ସ୍ବର୍ଣ୍ଣ ପଦକ ଜିତିଥିବାବ‌େହେଳ ଲଙ୍ଗ୍‌ ଜମ୍ପ୍‌ରେ ରୌପ୍ୟ ଏବଂ ଟ୍ରିପଲ୍‌ ଜମ୍ପ୍‌ରେ କାଂସ୍ୟ ପଦକ ହାସଲ କରିଥିଲେ।

ସନ୍ତୋଷ କୁମାର ପ୍ରଧାନ ବ୍ୟକ୍ତିଗତ ଭାବେ ୨ ସ୍ବର୍ଣ୍ଣ (ଲଙ୍ଗ୍‌ ଜମ୍ପ୍‌ ଓ ଟ୍ରିପଲ୍‌ ଜମ୍ପ୍‌) ପଦକ ଜିତିଥିବାବେଳେ ସମ୍ବଲପୁରର ଭେ‌‌ଟେରାନ୍‌ ମହିଳା ଆଥଲେଟ୍‌ ରେଖା ଦେ ଟ୍ରିପଲ୍‌ ଜମ୍ପ୍‌ରେ କାଂସ୍ୟ ପଦକ ହାସଲ କରିଥିଲେ। ବରଗଡ଼ର ନରସିଂହ‌ ଭୋଇ ୫୦୦୦ ମିଟର୍‌ ଦୌଡ଼ରେ ସ୍ବର୍ଣ୍ଣ ଏବଂ ୧୫୦୦ ମିଟର୍‌ ଦୌଡ଼ରେ କାଂସ୍ୟ ପଦକ ଜିତିଛନ୍ତି। ଭବାନୀପାଟଣାର ରାମକୃଷ୍ଣ ରାଓ ୩୦୦୦ ମିଟର୍‌ରେ ସ୍ବର୍ଣ୍ଣ ଓ ୮୦୦ ମିଟର୍‌ରେ ରୌପ୍ୟ ପଦକ ପାଇଛନ୍ତି। ରବିବାର ଶେଷ ହୋଇଥିବା ଏହି ୩ ଦିନିଆ ପ୍ରତିଯୋଗିତାରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରୁ ୧୧୭୦ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ।

ଆହୁରି ପଢନ୍ତୁ - CII Sambalpur Initiative: ନୂତନ ଭାରତର ବିକାଶ ଯାତ୍ରାରେ ଭାଗିଦାରୀ ହେବ ସମ୍ବଲପୁର: ଧର୍ମେନ୍ଦ୍ର ପ୍ରଧାନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe