ଜାତୀୟ ମାଷ୍ଟର୍ସ ଦୌଡ଼କୁଦ: ଓଡ଼ିଶାକୁ ୨ ସ୍ବର୍ଣ୍ଣ ସହ ୯ ପଦକ

Advertisment
ଜାତୀୟ ମାଷ୍ଟର୍ସ ଦୌଡ଼କୁଦ: ଓଡ଼ିଶାକୁ ୨ ସ୍ବର୍ଣ୍ଣ ସହ ୯ ପଦକ

ଭୁବନେଶ୍ବର: ତାମିଲନାଡୁର ଚେନ୍ନାଇସ୍ଥିତ ଜବାହରଲାଲ୍ ନେ‌ହେରୁ ଷ୍ଟାଡିୟମ୍‌ରେ ଚାଲିଥିବା ୪୨ତମ ଜାତୀୟ ମାଷ୍ଟର୍ସ ଦୌଡ଼କୁଦ ପ୍ରତିଯୋଗିତାରେ ତୃତୀୟ ଦିନ ସୁଦ୍ଧା ଓଡ଼ିଶା ୨ ସ୍ବର୍ଣ୍ଣ ସହ ୯ ପଦକ ଜିତିଛି। ୩୦ ବର୍ଷରୁ ଊର୍ଧ୍ବ ମହିଳା ବର୍ଗରେ ସାଗରିକା ବଗଡ଼ ହାଇଜମ୍ପରେ ସ୍ବର୍ଣ୍ଣ ଏବଂ ୧୦୦ ମିଟର୍ ଦୌଡ଼ରେ ରୌପ୍ୟ ପଦକ ଜିତି ଯୁଗଳ ସଫଳତା ଅର୍ଜନ କରିଛନ୍ତି। ସେହିଭଳି ୭୫ ବର୍ଷରୁ ଊର୍ଧ୍ବରେ ବୃ୍ନ୍ଦାବନ ସାହୁ ମଧ୍ୟ ଦୁଇଟି ପଦକ ଜିତିଥିଲେ। ୧୦୦ ମିଟରରେ ରୌପ୍ୟ ଓ ଟ୍ରିପଲ୍ ଜମ୍ପରେ କାଂସ୍ୟ ପଦକ ହାସଲ କରିଥିଲେ। ୬୦ ବର୍ଷରୁ ଊର୍ଧ୍ବ ପୁରୁଷ ୨୦୦୦ ମିଟର୍ ଷ୍ଟିପଲ୍‌ଚେଜ୍‌ରେ ରାଜ କିଶୋର ମହାନ୍ତ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟର ଗୌରବ ବଢ଼ାଇଥିଲେ। ୭୦ ବର୍ଷରୁ ଊର୍ଧ୍ବରେ ସୁରେନ୍ଦ୍ର କୁମାର ପଟ୍ଟନାୟକ ଜାଭଲିନ୍‌ ଥ୍ରୋରେ ରୌପ୍ୟ, ୪୫ ବର୍ଷରୁ ଊର୍ଧ୍ବ ୫ କିଲୋମିଟର୍ ଚାଲିରେ ଅରୁଣ କୁମାର ପାତ୍ରୋ, ଜାଭଲିନ୍‌ ‌ଥ୍ରୋରେ ମଦନ କୁମାର ଶର୍ମା ଓ ୩୦୦୦ ମିଟର୍‌ ଷ୍ଟିପଲଚେଜ୍‌ରେ ଛୋଟୁ ସିଂହ ପ୍ରତ୍ୟେକ ଗୋଟିଏ ଲେଖାଏଁ କାଂସ୍ୟ ପଦକ ଜିତିଥିଲେ। ପଦକ ବିଜେତାମାନଙ୍କୁ ଓଡ଼ିଶା ମାଷ୍ଟର୍ସ ଦୌଡ଼କୁଦ ସଂଘ ସନ୍ତୋଷ କୁମାର ଦାଶ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe