ଜାତୀୟ ପାରା ଶକ୍ତିଉତ୍ତୋଳନ: ଚନ୍ଦନଙ୍କୁ କାଂସ୍ୟ

Advertisment
ଜାତୀୟ ପାରା ଶକ୍ତିଉତ୍ତୋଳନ: ଚନ୍ଦନଙ୍କୁ କାଂସ୍ୟ

ଭୁବନେଶ୍ବର: କୋଲ୍‌କାତାର ସଟ୍‌ଲେକ୍‌ସ୍ଥିତ ସାଇ କମ୍ପ୍ଲେକ୍ସଠାରେ ଆୟୋଜିତ ଜାତୀୟ ପରା ଶକ୍ତିଉତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଆ ପୁଅ ଚନ୍ଦନ କୁମାର ବେହେରା କାଂସ୍ୟ ପଦକ ଜିତିଛନ୍ତି। ୯୭ କେଜି ବର୍ଗରେ ଭାଗନେଇଥିବା ଚନ୍ଦନ ରବିବାର ଉଦ୍‌ଯାପନୀ ଦିବସରେ ୧୫୦ କେଜି ଶକ୍ତି ଉଠାଇ ଏହି ପଦକ କରାୟତ୍ତ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଦୁଇ ଦିନିଆ ଏହି ପ୍ରତିଯୋଗିତାରେ ପ୍ରଶିକ୍ଷକ ରୁଦ୍ର ନାରାୟଣ ସାହୁଙ୍କ ତତ୍ବାବଧାନରେ ଓଡ଼ିଶାରୁ ୪ ଜଣ ଚନ୍ଦନ କୁମାର ବେହେରା, ଜ୍ଞାନରଂଜନ ସାହୁ, ଗଦାଧର ସାହୁ ଓ ବିଦ୍ୟାଧର ବେହେରା ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe