ସର୍ବଭାରତୀୟ ଓପନ୍‌ କରାଟେ, ଓଡ଼ିଶାର ଆଧିପତ୍ୟ ଜାରି

Advertisment
ସର୍ବଭାରତୀୟ ଓପନ୍‌ କରାଟେ, ଓଡ଼ିଶାର ଆଧିପତ୍ୟ ଜାରି

ଭୁବନେଶ୍ବର: ରେଳବାଇ ଇନ୍‌ଡୋର ଷ୍ଟାଡିୟମଠାରେ ଆୟୋଜିତ ଦଶମ ସର୍ବଭାରତୀୟ ଓପନ୍‌ କରାଟେ ପ୍ରତିଯୋଗିତାର ପ୍ରଥମ ଦିନ ଭଳି ଦ୍ବିତୀୟ ଦିନରେ ମଧ୍ୟ ଓଡ଼ିଶାର ଆଧିପତ୍ୟ ଦେଖିବାକୁ ମିଳିଛି। ପ୍ରଥମ ଦିନ ୩୧ ପଦକ ମଧ୍ୟରୁ ୨୯ ହାତେଇଥିବା ଓଡ଼ିଶା ପ୍ରତିଯୋଗୀମାନେ ଦ୍ବିତୀୟ ଦିନ ମୋଟ ୩୨ରୁ ୩୧ ପଦକ ପୋଛି ନେଇଛନ୍ତି। ଫଳରେ ଦୁଇ ଦିନ ମଧ୍ୟରେ ଓଡ଼ିଶା ମୋଟ ୬୦ ପଦକ ଜିତି ସାରିଲାଣି। ଶନିବାର ପଦକ ଜିତିଥିବା କରାଟେକାମାନେ ହେଲେ: ସ୍ବର୍ଣ୍ଣ : ପୁଷ୍ମିତା ସାହୁ, ଆରାଧ୍ୟା ପ୍ରିୟଦର୍ଶିନୀ ପରିଡ଼ା, ପ୍ରତ୍ୟାଂଶୁ ପରିଡ଼ା, ଶ୍ରେୟଂଶୁ ସିଆଲ, ସାନଭି ନାୟକ, ପୌମିତା ସାହୁ, ସାନଭି ମହାପାତ୍ର, ସାଇ ଅଂଶୁମାନ ଅମାନ୍ତ। ରୌପ୍ୟ : ରିଶିତା ସାହୁ, ଆକୃତି ରାଉତ, କବିର ସାହୁ, ସମନ୍ୟୁ ନନ୍ଦ, ସାଇ ସମୀକ୍ଷା ଘଡ଼େଇ, ପ୍ରତିଶୃତି ପରିଡ଼ା, ସାଇ ସରଣ୍ୟା, ସାଇରାଜ ବେହେରା। କାଂସ୍ୟ : ପ୍ରତିଶୃତି ପରିଡ଼ା, ସାଇ ସରଣ୍ୟା ପରିଡ଼ା, ଅର୍ପିତା ପ୍ରିୟଦର୍ଶିନୀ, ଆଦ୍ରିକା ରାୟ, ଆୟୂଷ ଅଙ୍କିତ ସ୍ବାଇଁ, ବୈଭବ ଦେବ ପାଇକରାୟ, ସାଇରାଜ ବେହେରା, ସାଇ ପ୍ରସାଦ ସାମନ୍ତରାୟ, ଶିକ୍ଷା ଶ୍ରୀବାସ୍ତବ, ରିତିକା ରାଣୀ ବେହେରା, ଅବର୍ଣ୍ଣା ଉଦଗାତା, ରିଶିତା ସାହୁ, ଆକୃତି ରାଉତ, ଅଦମିକା ରାୟ, ସାନ୍ ସକସାନ, ସାଇ ପ୍ରସାଦ ରାଉତରାୟ।

ସେନସେଇ ଜଗମୋହନ ବିଜ୍ (ଡବ୍ଲ୍ୟୁକେଏଫ୍ ଜଜ୍), ସେନସେଇ ପଙ୍କଜ କାମ୍ବଲି (ସାଧାରଣ ସଂପାଦକ ବିହାର କରାଟେ ସଂଘ), ହରିଆଣାର ହରିସ ସିରଧାନା (ଏସିଆ ରେଫରି) ପ୍ରମୁଖ ଉପସ୍ଥିତ ରହି କୃତି କରାଟେକାଙ୍କୁ ପୁରସ୍କୃତ କରିଥିଲେ। ପ୍ରତିଯୋଗିତାକୁ ବରିଷ୍ଠ ଜଜ୍ ଓ ରେଫରି ସେନସେଇ ଜୟଦେବ ପଟ୍ଟନାୟକ, ମହେଶ ବରାଳ, ସନ୍ଦୀପ ମହାନ୍ତି, ଦୁର୍ଗା ରଥ, ରାଜୀବ ସିଂହ, ସୌମ୍ୟ ଦାସ, ଦୀପକ ସାମନ୍ତରା, ଦେବେନ୍ଦ୍ର ରଣା, ଆଦିତ୍ୟ ମିଶ୍ର, ଗଣେଶ ବେହେରା, ସୁନା ସିଂହ ଲାଲ, ଉମାକାନ୍ତ ସେନାପତି, ହୃଦୟ ଶବର, ରା‌ଜେନ୍ଦ୍ର ସାମଲ, ପ୍ରେମ ସିଂହ ଆପ୍ପା, ସୁବାଷ ଚନ୍ଦ୍ର ଦଳାଇ, ପ୍ରଦୀପ ଚନ୍ଦ୍ର ଷଡ଼ଙ୍ଗୀ, ସୁରେଶ ଜାଲ ଓ ଅରବିନ୍ଦ ପଟ୍ଟନାୟକ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe