ସର୍ବଭାରତୀୟ ଓପନ କରାଟେ ଉଦ୍‌ଯାପିତ, ଓଡ଼ିଶାକୁ ୯୧ ପଦକ

Advertisment
ସର୍ବଭାରତୀୟ ଓପନ କରାଟେ ଉଦ୍‌ଯାପିତ, ଓଡ଼ିଶାକୁ ୯୧ ପଦକ

ଭୁବନେଶ୍ବର: ସ୍ଥାନୀୟ ରେଳବାଇ ଇନ୍‌ଡୋର ଷ୍ଟାଡିୟମଠାରେ ଆୟୋଜିତ ଦଶମ ସର୍ବଭାରତୀୟ ଓପନ୍‌ କରାଟେ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି। ଏହି ତିନି ଦିନିଆ ପ୍ରତିଯୋଗିତାରେ ଓଡ଼ିଶା ପ୍ରତିଯୋଗୀମା‌େନ ପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରି ମୋଟ ୯୫ରୁ ୯୧ ପଦକ ପୋଛି ନେଇଛନ୍ତି। ପ୍ରଥମ ଦିନ ୩୧ରୁ ୨୯ ଓ ଦ୍ବିତୀୟ ଦିନ ୩୨ରୁ ୩୧ ପଦକ ଜିତିଥିବା ଓଡ଼ିଶା ପ୍ରତିଯୋଗୀ ରବିବାର ତୃତୀୟ ତଥା ଶେଷ ଦିନ ମଧ୍ୟ ୩୨ରୁ ୩୧ ପଦକ ଅମଳ କରିଥିଲେ। ଶେଷ ଦିନ ପଦକ ଜିତିଥିବା କରାଟେକାମାନେ ହେଲେ: ସ୍ବର୍ଣ୍ଣ: ଭୂମିକା ସିଂହ, ଶୃତି ରାଣୀ ବିଶୋୟୀ, ବିଶ୍ବଜିତ ସାମଲ, ଆୟୂଷ ପ୍ରସାଦ ରଥ, ଆକାଂକ୍ଷା ମଞ୍ଜରୀ ସାହୁ, ବିଷ୍ଣୁପ୍ରିୟା ପାତ୍ର, ସାହିଲ ସେଠୀ ଓ ସଙ୍ଗୀତା ପଟ୍ଟନାୟକ। ରୌପ୍ୟ: ପ୍ରିୟଦର୍ଶିନୀ ଦାସ, ସୁନୟନା ପାତ୍ର, ଆର୍ଯ୍ୟନ ପଟ୍ଟନାୟକ, ବିରାଜ ପ୍ରସାଦ କର, ମେର୍ଲିନ ମନିଷା, ଆର୍‌ ସୁଭାଶିଷ, ଅଂଶୁମାନ ମାଝୀ ଓ ସଙ୍ଗୀତା ପଟ୍ଟନାୟକ। କାଂସ୍ୟ: ବିଜୟିନୀ ହରିଚନ୍ଦନ, ରୁପାଲି ଦାସ, ସାଲୋନି ପାତ୍ର, ସିମ୍ରନ ଷଡ଼ଙ୍ଗୀ, ଅଂଶୁମାନ ମାଝୀ, ଆୟୂଷ ମହାପାତ୍ର, ଅଜୟ ହାରୋ, ଆଲୋକ କେର୍କେଟା, ସେହଜାଲ ପ୍ରିୟଦର୍ଶିନୀ, ଅର୍ପିତା ସିଂହ, ଶ୍ରାବଣୀ ସାହୁ, ସାରୟାନା ରଥ, ପ୍ରତ୍ୟୁଷ ମହାପାତ୍ର, ସୁରଜ କୁମାର ସାମଲ, ସୁମନ ଶେଖର ଦାସ ଓ ରଂଜନ ରାଜ।
ଉଦ୍‌ଯାପନୀ ଉତ୍ସବରେ ବିଧାୟକ ସୁଶାନ୍ତ ରାଉତ ଏବଂ ରାଜ୍ୟ ‌ଗୃହ ନିର୍ମାଣ ନିଗମ ଅଧ୍ୟକ୍ଷ ପ୍ରିୟଦର୍ଶି ମିଶ୍ର ଯୋଗଦେଇ ପୁରସ୍କାର ବଣ୍ଟନ କରିଥି‌ଲେ। ପ୍ରତିଯୋଗିତାକୁ ବରିଷ୍ଠ ଜଜ୍ ଓ ରେଫରି ସେନସେଇ ଅରବିନ୍ଦ ପଟ୍ଟନାୟକ, ବିମଳ ଦୀପ୍‌, ଊମାକାନ୍ତ ସେନାପତି, କୃଷ୍ଣ ଚନ୍ଦ୍ର ସାହୁ, ଅମୀୟ ସାହୁ, ଗୋପାଳ ସାହୁ, ଊମାକାନ୍ତ ବେହେରା, ଏନ୍‌ବି ପଟ୍ଟନାୟକ, ଅନୁପମା ସ୍ବାଇଁ, ପ୍ରିୟଦର୍ଶନୀ, ଶିଖା, ଅନୁରାଧା ପାତ୍ର, ସିନ୍ଧୁ ତନୟ, ମ‌ହେଶ ଦୋରା, କୃଷ୍ଣ ମହାରଣା, କ୍ରିଷ୍ଣା ଶିକାରୀ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe