ଭୁବନେଶ୍ୱର: ପୁନେର ରାଜାରାମ ଭିକୁପଠାଏ ଷ୍ଟାଡିୟମ୍ରେ ଅନଷ୍ଠିତ ଜାତୀୟ ଓପନ୍ ଟାଏକୋଣ୍ଡୋ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିଯୋଗୀଙ୍କୁ ୬ ପଦକ ମିଳିଛି। ବାଳିକା ବିଭାଗରେ ଭାଲେଣ୍ଟିନା ଦେଉରି ସ୍ୱର୍ଣ୍ଣ, ଆକାଂକ୍ଷା ସାମନ୍ତରାୟ ୨ ରୌପ୍ୟ ଏବଂ ବାଳକ ବିଭାଗରେ ମାନସ ରଂଜନ ବାରିକ ସ୍ୱର୍ଣ୍ଣ, ତପନ ପୂର୍ତି ସ୍ୱର୍ଣ୍ଣ, ଜଗନ୍ନାଥ ଟୁଡୁ ଗୋଟିଏ ଲେଖାଏଁ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ଓଡ଼ିଶାକୁ ଗୌରବାନ୍ଵିତ କରିଥିବା ଏହି ଖେଳାଳିମାନଙ୍କୁ ଓଡ଼ିଶା ଟାଏକୋଣ୍ଡୋ ସଂଘ ସଭାପତି ବିଧାୟକ ଦେବାଶିଷ ସାମନ୍ତରାୟ, ଉପ ସଭାପତି ରଂଜନ ବିଶ୍ୱାଳ, ସମ୍ପାଦକ ଗୋପାଳ ରାୟ, ସହ ସମ୍ପାଦକ ଅରିନ୍ଦମ ଦାସ, ବରିଷ୍ଠ ସଦସ୍ୟ ଲିଙ୍ଗରାଜ ପୃଷ୍ଠି, ନିର୍ମଳ ଚନ୍ଦ୍ର ନାୟକ ଅଭିନନ୍ଦନ ଜଣାଇଛନ୍ତି।
ଜାତୀୟ ଓପନ୍ ଟାଏକୋଣ୍ଡୋରେ ଓଡ଼ିଶାକୁ ୬ ପଦକ
Advertisment
Follow Us