ଭୁବନେଶ୍ବର: ପଞ୍ଜାବର ପତିଆଲାରେ ଚାଲିଥିବା ସପ୍ତମ ଜାତୀୟ ପାରା ତୀରନ୍ଦାଜି ପ୍ରତିଯୋଗିତାରେ ଓଡ଼ିଶା ପାୟଲ ନାଗା ଦୁଇଟି ପଦକ ଜିତି ଇତିହାସ ରଚିଛନ୍ତି। ରୢାଙ୍କିଂ ରାଉଣ୍ଡରେ ରୌପ୍ୟ ଏବଂ ବ୍ୟକ୍ତିଗତ ଇଭେଣ୍ଟ୍ରେ କାଂସ୍ୟ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ପିଲାଦିନେ ଏକ ଦୁର୍ଘଟଣାରେ ପାୟଲଙ୍କ ଦୁଇଟି ଯାକ ହାତ ଓ ଗୋଡ଼ ନଷ୍ଟ ହୋଇଯାଇଥିଲା। ବହୁ ଘାତ ପ୍ରତିଘାତ ଭିତରେ ଏହାକୁ ନ ଦେଖି ସେ ତୀରନ୍ଦାଜ ହୋଇପାରିଛନ୍ତି। ଅଙ୍ଗବିହୀନ ତୀରନ୍ଦାଜି ପ୍ରତିଯୋଗିତାରେ ସେ ଖେଳି ନିଜର ଚମକ ଦେଖାଇଛନ୍ତି।
Swachh Bharat Mission: ସହରାଞ୍ଚଳ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବ ଓଡ଼ିଶା
କଠୋର ତାଲିମ ନେଇ ନିଜକୁ ବିକଶିତ କରିଛନ୍ତି ସେ। ଅସାଧାରଣ ସନ୍ତୁଳନ ଓ ଅନନ୍ୟ ତୀରଚାଳନା କୌଶଳ ବ୍ୟବହାର କରି ସେ ପାରାଅଲିମ୍ପିକ୍ ପଦକ ଏବଂ ଅର୍ଜୁନ ପୁରସ୍କାର ବିଜେତାଙ୍କ ସହ ତାଳଦେଇ ଏହି ପ୍ରତିଯୋଗିତାରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇଛନ୍ତି। ଏହି ଜାତୀୟ ପ୍ରତିଯୋଗିତା ଖାଲି ତାଙ୍କୁ ପଦକ ଦେଇନି, ତାଙ୍କ ମନୋବଳକୁ ବି ବଢ଼ାଇଛି। ପ୍ରଶିକ୍ଷକ କୁଲଦୀପ ବିଦ୍ବାନ କହିଛନ୍ତି ଯେ ‘‘ପାୟଲଙ୍କ ଦୃଢ଼ ନିଷ୍ପତ୍ତି ଓ ନିର୍ଭୀକ ମାନସିକତା ଆଗକୁ ବଢ଼ାଇବାରେ ସାହାଯ୍ୟ କରିଛି। ତାଙ୍କର ଏହି ସଫଳତା ପ୍ରମାଣ କରିଛି ଯେ ଲକ୍ଷ୍ୟ କେବଳ ଶରୀରକୁ ନେଇ ନୁହେଁ, ମନରେ ରହିବା ଦରକାର।’’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/04/sfhsfhfhsf-2026-02-04-02-29-09.jpg)