National Para Swimming: ଜାତୀୟ ପାରା ସନ୍ତରଣ: ଓଡ଼ିଶାକୁ ୩୯ ପଦକ

ହାଇଦ୍ରାବାଦରେ ଆୟୋଜିତ ୨୫ତମ ଜାତୀୟ ପାରା ସନ୍ତରଣ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳିମାନେ ଉଲ୍ଲେଖନୀୟ ପ୍ରଦର୍ଶନ କରି ୮ ସ୍ବର୍ଣ୍ଣ, ୧୮ ରୌପ୍ୟ ଓ ୧୩ କାଂସ୍ୟ ପଦକ ସହ ୩୯ ପଦକ ଜିତି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି।

fhsfhfshffhh

ଭୁବନେଶ୍ବର: ହାଇଦ୍ରାବାଦରେ ଆୟୋଜିତ ୨୫ତମ ଜାତୀୟ ପାରା ସନ୍ତରଣ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳିମାନେ ଉଲ୍ଲେଖନୀୟ ପ୍ରଦର୍ଶନ କରି ୮ ସ୍ବର୍ଣ୍ଣ, ୧୮ ରୌପ୍ୟ ଓ ୧୩ କାଂସ୍ୟ ପଦକ ସହ ୩୯ ପଦକ ଜିତି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଏଥିରେ ୨୮ ରାଜ୍ୟର ୬୨୮ ସନ୍ତରଣ ତାରକା ଅଂଶଗ୍ରହଣ କରୁଥିଲେ। ୩୨ଜଣ ଖେଳାଳି ଓଡ଼ିଶାର ପ୍ରତିନିଧିତ୍ବ କରିଥିଲେ। କର୍ଣ୍ଣାଟକ ବିଜେତା ହୋଇଥିଲା ବେଳେ ଓଡ଼ିଶା ସପ୍ତମ ସ୍ଥାନରେ ରହିଥିଲା। 

ଏହି ପ୍ରତିଯୋଗିତାକୁ ଯିବା ପୂର୍ବରୁ ଖେଳାଳିମାନେ ପାରା ସ୍ପୋର୍ଟସ୍‌ ଆସୋସିଏସନ୍ ପକ୍ଷରୁ କଳିଙ୍ଗ ଷ୍ଟାଡିୟମ୍‌ସ୍ଥିତ ସନ୍ତରଣ ଏଚ୍‌ପିସି ପୁଲ୍‌ରେ ଆୟୋଜିତ ୧୫ଜଣିଆ ପ୍ରଶିକ୍ଷଣ ଶିବିରରେ ଯୋଗ‌ଦେଇଥିଲେ। ପ୍ରତିଷ୍ଠିତ ପ୍ରଶିକ୍ଷକ ସୁନିତା ବହିଦାର ଓ ପୁର୍ଣ୍ଣଚନ୍ଦ୍ର ସେଠୀ ସେମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଏହି ସଫଳତା ଲାଗି ଓଡ଼ିଶା ଖେଳାଳିଙ୍କୁ ପାରା ସ୍ପୋର୍ଟସ ଆସୋସିଏସନ୍ ଅଫ୍ ଓଡ଼ିଶା ପକ୍ଷରୁ ରାଜ୍ୟ ଦଳକୁ  ଅଭିନନ୍ଦନ ଜ୍ଞାପନ କରାଯାଇଛି। ଗତବର୍ଷ ଓଡ଼ିଶା ଏହି ପ୍ରତିଯୋଗିତାରେ ୨୭ ପଦକ ଜିତିଥିଲା। ଏବର୍ଷ ୩୯ପଦକ ଜିତିବା ଓଡ଼ିଶାରେ ପାରା କ୍ରୀଡ଼ାର ଖେଳାଳିଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି ବୋଲି ସଂପାଦକ ସୁନୀଲ ପ୍ରଧାନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe