ଭୁବନେଶ୍ବର: ଜାତୀୟ ରଗ୍ବି ସେଭେନ୍ ପ୍ରତିଯୋଗିତାରେ ଓଡ଼ିଶା ବାଳିକା ଦଳ ରୌପ୍ୟ ପଦକ ଜିତିଛି। ବିହାରର ପାଟନାସ୍ଥିତ ପାଟିଳପୁତ୍ର ଷ୍ଟାଡିୟମରେ ଆୟୋଜିତ ଏହି ପ୍ରତିଯୋଗିତାର ଫାଇନାଲ୍ରେ ଓଡ଼ିଶା ୧୨-୧୭ରେ ଆୟୋଜକ ବିହାରଠୁ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲା। ତେବେ ପୁରୁଷ ଦଳ ଷଷ୍ଠ ସ୍ଥାନରେ ଅଭିଯାନ ଶେଷ କରିଥିଲା। ଗୋଆରେ ଆୟୋଜିତ ହେବାକୁ ଥିବା ଜାତୀୟ ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରିଥିଲା। ମହିଳା ଦଳ: ମଞ୍ଜୁଲତା ପ୍ରଧାନ, ପୂନମ ସିଂହ, ରଜନୀ ସବର, ସୋନି ମନ୍ଦାଙ୍ଗୀ, ପାର୍ବତୀ କିସ୍କୁ, ଜେମାମଣୀ ନାଏକ, ସୁମିତ୍ରା ନାୟକ, ହୁପି ମାଝୀ (ଅଧିନାୟିକା), ଦୁମୁନି ମାରାଣ୍ଡି, ତନୟା ସବର, ବାସନ୍ତୀ ପାଙ୍ଗୀ, ମମତା ପାତ୍ର।
ଜାତୀୟ ରଗ୍ବିରେ ଓଡ଼ିଶାକୁ ରୌପ୍ୟ
Advertisment
Follow Us