ଭୁବନେଶ୍ୱର: ସପ୍ତମ ଜାତୀୟ ସ୍କୁଲ୍ ଚେସ୍ ପ୍ରତିଯୋଗିତା କିଟ୍ ବିଶ୍ୱ ବିଦ୍ୟାଳୟଠାରେ ରବିବାର ରଙ୍ଗା ରଙ୍ଗ ପରିବେଶରେ ଉଦଘାଟିତ ହୋଇ ଯାଇଛି। ଏଥିରେ ବିଭିନ୍ନ ବର୍ଗରେ ଓଡ଼ିଶା, ଆନ୍ଧ୍ର, ବିହାର, ଛତିଶଗଡ଼, ଦିଲ୍ଲୀ, ଗୋଆ, ଗୁଜରାଟ, ହରିଆଣା, ଜମ୍ମୁ କଶ୍ମିର, ଝାଡ଼ଖଣ୍ଡ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ପଂଜାବ, ପୁଦୁଚେରୀ, ତେଲେଙ୍ଗାନା, ତାମିଲନାଡୁ, ତ୍ରିପୁରା, ପଶ୍ଚିମବଙ୍ଗ ଭଳି ରାଜ୍ୟର ୮୨୦ ଜଣ ଖେଳାଳି ଅଂଶ ଗ୍ରହଣ କରୁଛନ୍ତି। ଏହି ପ୍ରତିଯୋଗିତା ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଛି। ପ୍ରତିଯୋଗିତାକୁ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଉଦଘାଟନ କରିଥିଲେ। ଅନ୍ତର୍ଜାତୀୟ ଆର୍ବିଟର ନନ୍ଦକୁମାର ଏବଂ ଏଓସିଏ ସଂପାଦକ କେକେ ଶର୍ମା ଏହି ଅବସରରେ ଉପସ୍ଥିତ ଥିଲେ। ଫେବ୍ରୁଆରି ପହିଲାରେ ଶେଷ ହେବାକୁ ଥିବା ଏହି ପ୍ରତିଯୋଗିତା ୯ ପର୍ଯ୍ୟାୟ ବିଶିଷ୍ଟ ହେବ।
ଜାତୀୟ ସ୍କୁଲ୍ ଚେସ୍ ଉଦଘାଟିତ
Advertisment
Follow Us