ଭୁବନେଶ୍ବର: ମଧ୍ୟପ୍ରଦେଶର ଭୋପାଳରେ ଚାଲିଥିବା ୬୪ତମ ଜାତୀୟ ବନ୍ଧୁକଚାଳନା ପ୍ରତିଯୋଗିତାରେ ଓଡ଼ିଶାର ଶ୍ରୀୟଙ୍କା ଷଡ଼ଙ୍ଗୀ ଓ ସାହେବାଣୀ ଓରାମ ଦୁଇଟି ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଓଡ଼ିଶା ପକ୍ଷରୁ ଖେଳୁଥିବା ଶ୍ରୀୟଙ୍କା ସୋମବାର ୫୦ ମିଟର .୨୨ ବୋର ଥ୍ରି ପୋଜିସନ୍ ମହିଳା ରାଇଫଲ୍ରେ ୧୧୬୭ ସ୍କୋର୍ କରି ସ୍ବର୍ଣ୍ଣ ପଦକ କରାୟତ୍ତ କରିଥିଲେ।
ସେହିପରି ରେଳବାଇ ପକ୍ଷରୁ ଖେଳୁଥିବା ସାହେବାଣୀ ସୋମବାର ଗ୍ରୁପ ପିସ୍ତଲରେ ରୌପ୍ୟ ଜିତିଥିଲେ। ଶ୍ରୀୟଙ୍କା କିଟ୍ ବିଶ୍ବ ବିଦ୍ୟାଳୟରେ ପିଏଚ୍ଡି ଛାତ୍ରୀ। ସାହେବାଣୀ ପୂର୍ବତଟ ରେଳବାଇର ମେକାନିକାଲ୍ ବିଭାଗ (କଟକ)ରେ କାର୍ଯ୍ୟରତ ଅଛନ୍ତି। ଏହି ସଫଳତା ଲାଗି ଶ୍ରୀୟଙ୍କା ଓ ସାହେବାଣୀଙ୍କୁ କିଟ୍ ଓ କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏବଂ ଓଡ଼ିଶା ରାଇଫଲ ସଂଘର ସଭାପତି ଅନଙ୍ଗ ଉଦୟ ସିଂହଦେଓ, ପୃଷ୍ଠପୋଷକ କଳିକେଶ ନାରାୟଣ ସିଂହଦେଓ, ସମ୍ପାଦକ ହରିପ୍ରସାଦ ପଟ୍ଟନାୟକ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି।
Follow Us