ନୂଆଦିଲ୍ଲୀ : କେନ୍ଦ୍ର ସରକାର ବର୍ଷ ୨୦୨୧ ପାଇଁ ଜାତୀୟ କ୍ରୀଡ଼ା ପୁରସ୍କାର ଘୋଷଣା କରିଛନ୍ତି । ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ନୀରଜ ଚୋପ୍ରା ଓ ପାରା ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ଓଡ଼ିଶାର ପ୍ରମୋଦ ଭଗତଙ୍କ ସମେତ ମୋଟ ୧୨ଜଣ ପାଇବେ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର । ସେହିପରି ୩୫ ଜଣ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ଦିଆଯିବ । ଅନ୍ୟପକ୍ଷରେ ଓଡ଼ିଶାର ତପନ କୁମାର ପାଣିଗ୍ରାହୀଙ୍କୁ ସନ୍ତରଣରେ ଦ୍ରୋଣାଚାର୍ଯ୍ୟପୁରସ୍କାର ପ୍ରଦାନ କରାଯିବ । ଚଳିତ ମାସ ୧୩ ତାରିଖରେ ରାଷ୍ଟ୍ରପତି ଭବନରେ ଏକ ସ୍ବତନ୍ତ୍ର ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ପୁରସ୍କାର ପ୍ରଦାନ କରିବେ ।
ଖେଳରତ୍ନ ପାଇବାକୁ ଥିବା ଅନ୍ୟ ଖେଳାଳିମାନେ ହେଲେ ଅଲିମ୍ପିକ୍ସ କୁସ୍ତି ରୋପ୍ୟ ପଦକ ବିଜେତା ରବି ଦାହିୟା, ହକି ଖେଳାଳି ପିଆର ଶ୍ରୀଜେସ୍, ବକ୍ସର ଲଭଲିନା ବର୍ଗୋଇଁ, ଫୁଟବଲ ଖେଳାଳି ସୁନୀଲ ଛେତ୍ରୀ, ମହିଳା କ୍ରିକେଟ ଖେଳାଳି ମିତାଲି ରାଜ, ଜାଭେଲିନ ଫିଙ୍ଗାଳି ସୁମିତ ଅନ୍ତିଲ, ସୁଟର ଅବନ୍ତି ଲଖେରା, ବ୍ୟାଡମିଣ୍ଟନ ଖେଳାଳି କ୍ରିଷ୍ଣା ନାଗର, ସୁଟର ଏମ.ନରଓ୍ବାଲ ଓ ହକି ଖେଳାଳି ମନପ୍ରୀତ ସିଂ ।
ଅନ୍ୟପକ୍ଷରେ ୩୫ ଜଣ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ଦିଆଯିବ । ସେମାନଙ୍କ ମଧ୍ୟରେ ଅଛନ୍ତି କ୍ରିକେଟ ଖେଳାଳି ଶିଖର ଧଓ୍ବନ, ପାରା ବ୍ୟାଡମିଣ୍ଟନ ଖେଳାଳି ସୁହାସ ୟତିରାଜ ଓ ହାଇଜମ୍ପର ନିଷାଦ କୁମାର । ଏହାଛଡ଼ା ଅଲିମ୍ପିକ୍ସ ବ୍ରୋଞ୍ଜ ବିଜେତା ଭାରତୀୟ ହକିଦଳର ସଦସ୍ୟମାନଙ୍କୁ ଅର୍ଜୁନ ପୁରସ୍କାର ଦିଆଯିବ ।
Follow Us