ଜାତୀୟ ଯୋଗାସନ କ୍ରୀଡ଼ା ଉଦ୍‌ଘାଟିତ: ଭାରତରେ ହେବ ପ୍ରଥମ ବିଶ୍ବ ଯୋଗାସନ

Advertisment
ଜାତୀୟ ଯୋଗାସନ କ୍ରୀଡ଼ା ଉଦ୍‌ଘାଟିତ: ଭାରତରେ ହେବ ପ୍ରଥମ ବିଶ୍ବ ଯୋଗାସନ

ଭୁବନେଶ୍ବର: ଜାତୀୟ ଯୋଗାସନ କ୍ରୀଡ଼ା ମହାସଂଘ (ଏନ୍‌ୱାଇଏସ୍‌ଏଫ୍‌) ଏବଂ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ପ୍ରଥମ ଥର ପାଇଁ ଜାତୀୟ ଯୋଗାସନ୍ କ୍ରୀଡ଼ା ପ୍ରତିଯୋଗିତ କିଟ୍‌ କ୍ୟାମ୍ପସ୍‌ରେ ଗୁରୁବାର ଉଦ୍‌ଘାଟିତ ‌ହୋଇଛି। ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ଭିନୀଲ କ୍ରିଷ୍ଣା ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏନ୍‌ୱାଇଏସ୍‌ଏଫ୍‌ର ସଭାପତି ଉଦିତ୍ ସେଠ୍‌, ସମ୍ପାଦକ ଡକ୍ଟର ଜୟଦୀପ ଆର୍ଯ୍ୟ, ଡକ୍ଟର ପ୍ରଫୁଲ୍ଲ କୁମାର ମିଶ୍ର, ଉମଙ୍ଗ ଡନ୍‌, କିଟ୍‌ ରେଜିଷ୍ଟ୍ରାର୍‌ ଡକ୍ଟର ସସ୍ମିତା ସାମନ୍ତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଥମ ଶାରୀରିକ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତାକୁ ଆୟୋଜନ କରିଥିବାରୁ ଉଦିତ୍ ସେଠ୍‌ ଓଡ଼ିଶା ସରକାରଙ୍କୁ କୃତଜ୍ଞତା ଜଣାଇବା ସହ ଏହି ଖେଳକୁ ବିଶ୍ବରେ ଭାରତର ଐତିହ୍ୟ କ୍ରୀଡ଼ାର ପରିଚୟ ଦେବାକୁ ପ୍ରୟାସ କରାଯିବ ବୋଲି କହିଥିଲେ। ସାରାଦେଶରୁ ବହୁ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବାରୁ ସେ ଗର୍ବିତ ବୋଲି ମଧ୍ୟ ମତ‌ ଦେଇଥିଲେ। ଯୋଗାସନକୁ ବିଶ୍ବସ୍ତରରେ ପହଞ୍ଚାଇବାକୁ ଏହା ଏକ ମାଧ୍ୟମ ହେବ। ଜାତୀୟ ପ୍ରତିଯୋଗିତା ମଧ୍ୟ ଅଲିମ୍ପିକ୍ସରେ ଏହି ଖେଳର ସାମିଲ ପାଇଁ ଆଉ ପାଦେ ଆଗକୁ ନେବ ବୋଲି ସେ ଆଶା ପ୍ରକଟ କରିଥିଲେ। ଏହି ଅବସରରେ ୨୦୨୨ ଜୁନ୍‌ ମାସରେ ଭାରତରେ ପ୍ରଥମ ବିଶ୍ବ ଯୋଗାସନ କ୍ରୀଡ଼ା ପ୍ରତ‌ିଯୋଗିତା ଅନୁଷ୍ଠିତ ହେବ ବୋଲି ମଧ୍ୟ ‌ଉଦିତ୍ ସେଠ୍ ସୂଚନା ଦେଇଥିଲେ। ୪ ଦିନିଆ ଜାତୀୟ ପ୍ରତ‌ିଯୋଗିତାରେ ୩୦ ରାଜ୍ୟରୁ ୫୦୦ରୁ ଅଧିକ ପ୍ରତିଯୋଗୀ ୫୦ରୁ ଊର୍ଦ୍ଧ୍ବ ପଦକ ପାଇଁ ପ୍ରତିଦ୍ବନ୍ଦ୍ବିତା କରିଛନ୍ତି।

ପ୍ରଥମ ଦିନ ଅନୁଷ୍ଠିତ ଉପକନିଷ୍ଠ ବାଳିକାରେ ମହାରାଷ୍ଟ୍ରର ତୃପ୍ତି ରମେଶ ଡଙ୍ଗରେ ପ୍ରଥମ ‌ହୋଇଥିବା ବେଳେ ତାମିଲନାଡୁର ନାଭ୍ୟା ସ ଏବଂ ପଶ୍ଚିମବଙ୍ଗର ଅରଣ୍ୟ ହୁତୈତ ଯଥାକ୍ରମେ ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ରହିଥିଲେ। ଉପକନିଷ୍ଠ ବାଳକ ବିଭାଗରେ ମହାରାଷ୍ଟ୍ରର ସ୍ବରାଜ ସନ୍ନି ଫିକସେ, ଆରୢନ ବିଭୀଷଣ ଖରାତ ପ୍ରଥମ ଦୁଇ ସ୍ଥାନରେ ରହିଥିବା ବେଳେ କର୍ଣ୍ଣା‌ଟକର ଶିବାନନ୍ଦ ରାମପ୍ପା କୁଣ୍ଡଗୋଲ୍‌ ତୃତୀୟରେ ରହିଥିଲେ। ଓଡ଼ିଶାର ସୋନିକା ଦାସ ବାଳିକାରେ ଦ୍ବାଦଶ ଏବଂ ବାଳକରେ ସମ୍ୟକ ପଣ୍ଡା ନବମ ସ୍ଥାନରେ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe