ଭୁବନେଶ୍ବର: ମଧ୍ୟପ୍ରଦେଶର ଉଜ୍ଜୟିନୀଠାରେ ଆୟୋଜିତ ଚତୁର୍ଥ ଉପକନିଷ୍ଠ ଜାତୀୟ ଟେନିସ୍ କ୍ରିକେଟ୍ ପ୍ରତିଯୋଗିତାରେ ଓଡ଼ିଶା ତୃତୀୟ ଥର ବିଜେତା ହୋଇଛି। ପୂର୍ବରୁ ଓଡ଼ିଶା ୨୦୧୬, ୨୦୧୭ରେ ବିଜେତା ହୋଇଥିବା ବେଳେ ଗତବର୍ଷ ଉପ ବିଜେତା ହୋଇଥିଲା। ସୋମବାର ଫାଇନାଲ୍ରେ ଓଡ଼ିଶା ୬୬ ରନ୍ରେ ଝାଡ଼ଖଣ୍ଡକୁ ପରାସ୍ତ କରିଥିଲା। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ନିର୍ଧାରିତ ୧୦ ଓଭରରେ ୩ ୱିକେଟ୍ ହରାଇ ୧୨୮ ରନ୍ କରିଥିଲା। ଜବାବରେ ଝାଡ଼ଖଣ୍ଡ ୬ ୱିକେଟ୍ ବିନିମୟରେ ୬୨ ରନ୍ କରିବାକୁ ସକ୍ଷମ ହୋଇଥିଲା। ଅଲ୍ରାଉଣ୍ଡ ପ୍ରଦର୍ଶନ ଲାଗି ସୌନୁପ ସୁନା ଫାଇନାଲ୍, ପ୍ରତିଯୋଗିତାର ଶ୍ରେଷ୍ଠ ଏବଂ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ପୁରସ୍କାର ପାଇଥିଲେ। ମହମ୍ମଦ ଇର୍ସାହ ଶ୍ରେଷ୍ଠ ବୋଲର ବିବେଚିତ ହୋଇଥିଲେ। ଦଳର ସଫଳତା ଲାଗି ଓଡ଼ିଶା ଟେନିସ୍ କ୍ରିକେଟ୍ ସଂଘର ସମ୍ପାଦକ ରିଣ୍ଟୁ ମିତ୍ର, ସହସମ୍ପାଦକ ଶୈଳେନ୍ଦ୍ର ମହାରଣା, ଉପସଭାପତି ଦୀପକ ହଂସ, ମହମ୍ମଦ ଆଜାମ, ରାଜେନ୍ଦ୍ର ମହାରଣା, ଉପଦେଷ୍ଟା ଅଖିଳେଶ ତିୱାରୀ, କୋଷାଧ୍ୟକ୍ଷ ରାଗିଣୀ ମିତ୍ର, ସହଯୋଗୀ କର୍ମକର୍ତା ସୁଧାକର ମୁଦୁଲି, ବଦ୍ରିନାରାୟଣ ପାତ୍ର, ଦୀପକ କୁମାର ମଲ୍ଲିକ ପ୍ରମୁଖ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଜାତୀୟ ଟେନିସ୍ କ୍ରିକେଟ୍: ଓଡ଼ିଶା ବାଳକ ତୃତୀୟ ଥର ବିଜେତା
Advertisment
Follow Us