ଦେବାଶିଷଙ୍କୁ ଜାତୀୟ ଟ୍ରଫି

Advertisment
ଦେବାଶିଷଙ୍କୁ ଜାତୀୟ ଟ୍ରଫି

ଭୁବନେଶ୍ବର: ଚେନ୍ନାଇରେ ଅନୁଷ୍ଠିତ ଆଇଟା ଟିଭିଏସ୍‌ ଏମ୍‌ସିସି ଜାତୀୟ ଚାମ୍ପିୟନସିପ୍‌ରେ ରାଜ୍ୟର ଉଦୀୟମାନ ଟେନିସ୍ ପ୍ରତିଭା ଦେବାଶି‌‌ଷ ସାହୁ ଯୁଗଳ ବର୍ଗରେ ବିଜେତା ହୋଇଛନ୍ତି। ଜୁନିୟର୍ ଡେଭିସ୍ କପର୍‌ ତଥା ଏକଲବ୍ୟ ପୁରସ୍କାର ବିଜେତା ଦେବାଶିଷ ମହାରାଷ୍ଟ୍ରର ଅର୍ଣ୍ଣବ ପାପର୍କରଙ୍କୁ ସାଥୀ କରି ୧୮ ବର୍ଷରୁ କମ୍ ଯୁଗଳ ବର୍ଗରେ ଟ୍ରଫି ହାସଲ କରିଛନ୍ତି। ଫାଇନାଲ୍‌ରେ ଏହି ଓଡ଼ିଶା-ମହାରାଷ୍ଟ୍ର ଯୋଡ଼ି ୩-୬, ୬-୧, ୧୦-୨ରେ ପାର୍ଥ ଡିଓରୋ ଖାକଡ଼ (ମହାରାଷ୍ଟ୍ର) ଓ ରିୟାନ୍‌ ଶର୍ମା (ଦିଲ୍ଲୀ)ଙ୍କୁ ପରାସ୍ତ କରିଥିଲେ। ଏକକ ବର୍ଗରେ ପ୍ରଭାବୀ ପ୍ରଦର୍ଶନ କରିଥିଲେ ମଧ୍ୟ ଦେବାଶିଷ‌ ସେମିଫାଇନାଲ୍‌ରେ ମହାଲିଙ୍ଗମ କାଣ୍ଡାଭେଲଙ୍କଠାରୁ ୩-୬, ୩-୬ରେ ହାରିଯାଇଥିଲେ। ସମ୍ପ୍ରତି ଦେବାଶିଷ ଆଇଟିଏଫ୍‌ ପୁରୁଷ ଇଭେଣ୍ଟରେ ଅଭିଯାନ ଆରମ୍ଭ କରିଛନ୍ତି। ୨୦୨୫ ମଧ୍ୟଭାଗ ସୁଦ୍ଧା ଆଇଟିଏଫ୍‌ ମେନ୍ସ ବର୍ଗରେ ପହଞ୍ଚିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଓଡ଼ିଶା ଟେନିସ୍ ସଂଘ ଓ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ସମର୍ଥନ ଲାଗି ସେ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe