କଟକ: କେରଳର କୋଜିକୋଡରେ ଆସନ୍ତା ଫେବ୍ରୁଆରି ୨୧ରୁ ୨୮ ତାରିଖ ପର୍ଯ୍ୟନ୍ତ ୬୬ତମ ଜାତୀୟ ବରିଷ୍ଠ ଭଲିବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିପାଇଁ ସର୍ବଭାରତୀୟ ଭଲିବଲ୍ ମହାସଂଘର ବୈଷୟିକ ସମିତିର ସଂଯୋଜକ ଭାବେ ଓଡ଼ିଶା ଭଲିବଲ୍ ସଂଘ ସମ୍ପାଦକ ପ୍ରଦୀପ ମହାନ୍ତିଙ୍କୁ ନିଯୁକ୍ତ କରାଯାଇଛି। ସେହିପରି ଜାତୀୟ ରେଫରୀ ବିଶ୍ୱଜିତ୍ ଦାସ ମ୍ୟାଚ ପରିଚାଳନା ଦାୟିତ୍ୱରେ ରହିବେ।
ଜାତୀୟ ଭଲିବଲ୍ ପରିଚାଳନା ଦାୟିତ୍ୱରେ ପ୍ରଦୀପ ଓ ବିଶ୍ୱଜିତ୍
Advertisment
Follow Us