ଭୁବନେଶ୍ୱର: ଜାତୀୟ ବୟସ୍କ ଦୌଡ଼କୁଦ ପ୍ରତିଯୋଗିତାର ୩୨ତମ ସଂସ୍କରଣ ବେଙ୍ଗାଲୁରୁରେ ଫେବ୍ରୁଆରି ୨୧ରୁ ୨୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା। ଏଥିରେ ଓଡ଼ିଶାରୁ ୩୫ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରି ୧୨ ପଦକ ଜିତିଥିଲେ। ୩୦ ରାଜ୍ୟରୁ ୫,୦୦୦ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବା ଏହି ପ୍ରତିଯୋଗିତାରେ ଓଡ଼ିଶାର ଦେବାନନ୍ଦ ପାତ୍ର ଓ ସ୍ୱର୍ଣ୍ଣପ୍ରଭା ପାତ୍ର ତିନିଟି ଲେଖାଏଁ ପଦକ ଜିତିଥିଲେ। ଅନ୍ୟ ୮ ଜଣ କାଂସ୍ୟ ପଦକ ଜିତିଥିଲା ବେଳେ ଜଣେ ରୌପ୍ୟ ପଦକ ପାଇଥିଲେ। ରାଜ୍ୟପାଇଁ ପଦକ ଜିତିଥିବା ଖେଳାଳିମାନେ ହେଲେ ଦେବାନନ୍ଦ ପାତ୍ର (ସ୍ୱର୍ଣ୍ଣ, ରୌପ୍ୟ ଓ କାଂସ୍ୟ), ଛୋଟୁ ସିଂହ (ରୌପ୍ୟ), ସ୍ୱର୍ଣ୍ଣପ୍ରଭା ମହାନ୍ତି (ତିନିଟି କାଂସ୍ୟ), ଏମ୍ ମୁରୁଗାନ (କାଂସ୍ୟ), ଲକ୍ଷ୍ମଣ ସାହୁ (ଦୁଇଟି କାଂସ୍ୟ), ବଳରାମ ପାତ୍ର (କାଂସ୍ୟ), ମଦନ ଶର୍ମା (କାଂସ୍ୟ)। ଏହି କ୍ରୀଡ଼ାବିତ୍ମାନଙ୍କୁ ଓଡ଼ିଶା ମାଷ୍ଟର୍ସ ଆଥଲେଟିକ୍ ସଂଘର ଅବୈତନିକ ସଂପାଦକ ସନ୍ତୋଷ କୁମାର ଦାସ ଅଭିନନ୍ଦନ ଜଣାଇଛନ୍ତି।
ଜାତୀୟ ବୟସ୍କ ଦୌଡ଼କୁଦରେ ଓଡ଼ିଶାକୁ ୧୨ ପଦକ
Advertisment
Follow Us