ଜାତୀୟ ଭାରୋତ୍ତୋଳନ: ଓଡ଼ିଶାକୁ ୭ ପଦକ

ଅଭିଷିକ୍ତାଙ୍କୁ ସ୍ବର୍ଣ୍ଣ, ବନ୍ଦିତାଙ୍କୁ ରୌପ୍ୟ

ଜାତୀୟ ଭାରୋତ୍ତୋଳନ: ଓଡ଼ିଶାକୁ ୭ ପଦକ

ବ୍ରହ୍ମପୁର: ବିହାରର ଗୟାଠାରେ ଅନୁଷ୍ଠିତ ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତା ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ଓଡ଼ିଶା ମୋଟ ୭ ପଦକ ହାସଲ କରିଛି। ସେଥିରେ ୨ ଲେଖାଏଁ ‌ସ୍ବର୍ଣ୍ଣ ଓ ରୌପ୍ୟ ଏବଂ ୩ କାଂସ୍ୟ ସାମିଲ ରହିଛି। କେ ଅଭିଷିକ୍ତା ସୋମବାର ଯୁବ ବାଳିକା ୮୧ କେଜି ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ସେ ୬୨ କେଜି ସ୍ନାଚ୍‌, ୭୭ କେଜି କ୍ଲିନ୍ ଆଣ୍ଡ ଜର୍କ ମୋଟ ୧୩୯ କେଜି ଭାରୋତ୍ତୋଳନ କରିଥିଲେ। ମଙ୍ଗଳବାର ଉଦ୍‌ଯାପନୀ ଦିବସରେ ବନ୍ଦିତା ଘଡ଼େଇ ୮୭ କେଜି କନିଷ୍ଠ ବାଳିକା ବର୍ଗରେ ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ପଦକ ପାଇଛନ୍ତି। ସେ ୭୧ କେଜି ସ୍ନାଚ, ୯୦ କେଜି କ୍ଲିନ୍ ଆଣ୍ଡ ଜର୍କ ମୋଟ ୧୬୧ କେଜି ଭାରୋତ୍ତୋଳନ କରି ଏହି ସଫଳତା ପାଇଛନ୍ତି। ଏହି ପ୍ରତିଯୋଗିତାରେ ୩୫ ଜଣିଆ ଓଡ଼ିଶା ଦଳ ଅଂଶଗ୍ରହଣ କରିଥିଲା। ସେମାନଙ୍କ ମଧ୍ୟରୁ ଅଭିଷିକ୍ତା ଏବଂ ବନ୍ଦିତାଙ୍କ ବ୍ୟତୀତ ମୁନା ଜେନା (ସ୍ବର୍ଣ୍ଣ), ମୋତି ଜାନି (କାଂସ୍ୟ), କୁଳଦୀପ ସାହୁ (କାଂସ୍ୟ), ମନୋଜ ସାହୁ (ରୌପ୍ୟ), ଦେବକୀ ଖିଲ (କାଂସ୍ୟ) ପଦକ ହାସଲ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe