ଓଡ଼ିଶାରେ ଜାତୀୟ ଭାରୋତ୍ତୋଳନ ୧୯ରୁ

ଓଡ଼ିଶାରେ ଜାତୀୟ ଭାରୋତ୍ତୋଳନ ୧୯ରୁ

News Room Odisha

ଭୁବନେଶ୍ବର : ଓଡ଼ିଶାକୁ ମିଳିଛି ଆଗାମୀ ଆଇଡବ୍ଲ୍ୟୁଏଲ୍‌ଏଫ୍‌ ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତା ଆୟୋଜନ ଅଧିକାର। ଓଡ଼ିଶା ସରକାରଙ୍କ ସହଯୋଗ ଏବଂ ଭାରତୀୟ ଭାରୋତ୍ତୋଳନ ମହାସଂଘ ଓ ଓଡ଼ିଶା ଭାରୋତ୍ତୋଳନ ସଂଘ ଆନୁକୂଲ୍ୟରେ ଉଭୟ ପୁରୁଷ ଓ ମହିଳାରେ ଯୁବ, କନିଷ୍ଠ ଓ ବରିଷ୍ଠ ବର୍ଗରେ ଏହି ପ୍ରତିଯୋଗିତା ଆୟୋଜିତ ହେବ। ଏହା ଚଳିତ ମାସ ୧୯ରୁ ୩୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରସ୍ଥିତ କିଟ୍‌ର ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମରେ ଖେଳାଯିବ। ଯୁବ (ବାଳକ ଓ ବାଳିକା), କନିଷ୍ଠ ଓ ବରିଷ୍ଠ (ମହିଳା ଓ ପୁରୁଷ) ବିଭାଗର ୧୦ ବିଭିନ୍ନ ଓଜନ ବର୍ଗରେ ଖେଳାଳିମାନେ ପଦକ ପାଇଁ ଲଢ଼େଇ କରିବେ। ୫୮ (୪୫ ପୁରୁଷ, ୧୩ ମହିଳା) ବୈଷୟିକ ଅଧିକାରୀ ପ୍ରତିଯୋଗିତାକୁ ପରିଚାଳନା କରିବେ।

ଏହି ପ୍ରତିଯୋଗିତାରୁ ଖେଳାଳିମାନେ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାର ପଞ୍ଚମ ସଂସ୍କରଣ ପାଇଁ ଯୋଗ୍ୟତା ଅର୍ଜନ କରିବେ। ଏଥିସହ ଆଇଡବ୍ଲ୍ୟୁଏଫ୍‌ ଯୁବ ଓ କନିଷ୍ଠ ବିଶ୍ବ ପ୍ରତିଯୋଗିତା ପାଇଁ ମଧ୍ୟ ଏଠାରୁ ଖେଳାଳି ଚୟନ ହେବେ। ଏଥିରେ ୩୦ ରାଜ୍ୟରୁ ପ୍ରାୟ ୧୩୦୦ରୁ ଊର୍ଧ୍ବ ପ୍ରତିଯୋଗୀ ଅଂଶଗ୍ରହଣ କରିବାର ସମ୍ଭାବନା ରହିଛି। ଏହି ପ୍ରତିଯୋଗିତା ଚାଲୁଥିଲା ବେଳେ ୨୦ ତାରିଖରେ ଭାରତୀୟ ଭାରୋତ୍ତୋଳନ ମହାସଂଘ ଅନ୍ତର୍ଜାତୀୟ ବର୍ଗ-୧ ଓ ୨ ଏବଂ ଜାତୀୟ ବର୍ଗ-୧ ଓ ୨ ରେଫରି ପରୀକ୍ଷା ମଧ୍ୟ ଆୟୋଜନ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe