ଜାତୀୟ ବାଳିକା ହକି କ୍ୱାର୍ଟରରେ ଗାଙ୍ଗପୁର ଓଡ଼ିଶା

Advertisment
ଜାତୀୟ ବାଳିକା ହକି କ୍ୱାର୍ଟରରେ ଗାଙ୍ଗପୁର ଓଡ଼ିଶା

ଭୁବନେଶ୍ୱର: ହରିଆଣାର ହିସାରଠାରେ ଚାଲିଥିବା ଜାତୀୟ ଉପକନିଷ୍ଠ ବାଳିକା ହକି ପ୍ରତିଯୋଗିତାରେ ହକି ଗାଙ୍ଗପୁର ଓଡ଼ିଶାର ସଫଳ ପ୍ରଦର୍ଶନ ଜାରି ରହିଛି। ଗ୍ରୁପ୍‌-ସିରେ ସ୍ଥାନ ପାଇଥିବା ଗାଙ୍ଗପୁର ଓଡ଼ିଶା ସୋମବାର ଖେଳିଥିବା ମୁକାବିଲାରେ କର୍ଣ୍ଣାଟକକୁ ୪-୦ ଗୋଲ୍‌ରେ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲା। ଆଜି ମ୍ୟାଚ୍‌ରେ ଗାଙ୍ଗପୁର ଖେଳାଳିମାନେ ପୂରା ଆଧିପତ୍ୟ ବିସ୍ତାର କରିଥିଲେ। ଅନ୍ୟ ପକ୍ଷରେ କର୍ଣ୍ଣାଟକ ଖେଳାଳିମାନେ ଓଡ଼ିଶା ଦଳର ତାଳମେଳ ଏବଂ ଦୃଢ଼ ରକ୍ଷଣଭାଗ ଆଗରେ ହାର ମାନି ପରାଜିତ ହୋଇଥିଲେ। ଗାଙ୍ଗପୁର ଓଡ଼ିଶା ପକ୍ଷରୁ ଆଞ୍ଜେଲା ଟପ୍ପୋ (୬), ଆତେନ ଟପ୍ନୋ (୫୨), ମନୀଷା ଓରାମ (୫୯, ୬୯) ଗୋଲ୍‌ କରିଥିଲେ। ମନୀଷା ଏକାକି ଦୁଇଟି ଗୋଲ୍‌ ଦେଇ ଦଳର ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe