ଭୁବନେଶ୍ବର: ତାମିଲନାଡୁର କାରାଇକୁଡିସ୍ଥିତ ଚେଟିନାଡୁ ପବ୍ଲିକ ସ୍କୁଲ୍ ପରିସରରେ ରବିବାର ଉଦ୍ଯାପିତ ୫୦ତମ ଜାତୀୟ ମହିଳା ଚେସ୍ ପ୍ରତିଯୋଗିତାରେ ଓଡ଼ିଶା ମହିଳା ଚେସ୍ର ଦୁଇ ତାରକା ଆଇଏମ୍ ପଦ୍ମିନୀ ରାଉତ ଏବଂ ଡବ୍ଲ୍ୟୁଜିଏମ୍ କିରଣ ମନୀଷା ମହାନ୍ତି ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନ ଦଖଲ କରି ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ତାମିଲନାଡୁର ଯୁବ ତାରକା ଡବ୍ଲ୍ୟୁଜିଏମ୍ ପି ନନ୍ଧିଧା ନିଜ ପ୍ରଥମ ଜାତୀୟ ମୁକୁଟ ଜିତିବା ସହ ୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ହାତେଇଛନ୍ତି। ଆନ୍ଧ୍ରପ୍ରଦେଶର ପ୍ରିୟଙ୍କା ନୁତକୀ ଉପବିଜୟିନୀ ହୋଇ ୫.୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପାଇଛନ୍ତି। ୧୧ ରାଉଣ୍ଡ ବିଶିଷ୍ଟ ଏହି ପ୍ରତିଯୋଗିତାରେ ନନ୍ଧିଧା ୯ ପଏଣ୍ଟ ସହ ଶୀର୍ଷରେ ରହିଥିବାବେଳେ ନୁତ୍କୀ, ପଦ୍ମିନୀ ଓ କିରଣ ସମାନ ୮.୫ ପଏଣ୍ଟ ସହ ମିଳିତ ଦ୍ବିତୀୟରେ ରହିଥିଲେ। କିନ୍ତୁ ବୁକ୍ହୋଲଚ୍ ସ୍କୋରିଂରେ ପଦ୍ମିନୀ ଓ କିରଣଙ୍କୁ ନୁତ୍କୀ ପଛରେ ପକାଇ ଦେଇଥିଲେ। ପଦ୍ମିନୀଙ୍କୁ ୪.୫ ଲକ୍ଷ ଏବଂ କିରଣଙ୍କୁ ୩.୫ ଲକ୍ଷ ଟଙ୍କା ପୁରସ୍କାର ରାଶି ମିଳିଛି। ଉଭୟ କିନ୍ତୁ ଓଡ଼ିଶାର ପ୍ରତିନିଧିତ୍ବ କରି ନଥିଲେ। ନିଜ ନିଜ ବୃତ୍ତିଗତ ସଂସ୍ଥା ପିଏସ୍ପିବି (ପଦ୍ମିନୀ) ଏବଂ ଏଲ୍ଆଇସି (କିରଣ) ପାଇଁ ଉଭୟ ଖେଳିଥିଲେ। ୧୦ ଦିନିଆ ଏହି ପ୍ରତିଯୋଗିତାରେ ୧୫୨ ପ୍ରମୁଖ ଖେଳାଳି ଅଂଶଗ୍ରହଣ କରିଥିଲେ। ଶୀର୍ଷ ୪ ଜଣ ଆସନ୍ତାବର୍ଷ ଜୁଲାଇରେ ଜର୍ଜିଆର ବାଟୁମିରେ ଅନୁଷ୍ଠିତ ହେବାକୁ ଥିବା ଫିଡେ ମହିଳା ବିଶ୍ବକପ୍ରେ ଅଂଶଗ୍ରହଣ କରିବା ସମ୍ଭାବନା ରହିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us