ଫିନେଷ୍ଟା ଓପନ୍: ଦ୍ବିମୁକୁଟ ସହ ଆହାନ ଦେଶର ଏକ ନମ୍ବର

Advertisment

ଓଡ଼ିଶା ଟେନିସ୍‌ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ରାଜ୍ୟର ଉଦୀୟମାନ ଟେନିସ୍ ପ୍ରତିଭା ଆହାନ ଦେଶର ଅନ୍ୟତମ ମର୍ଯ୍ୟଦାଜନକ ଘରୋଇ ଟେନିସ୍ ପ୍ରତିଯୋଗିତା ଫିନେଷ୍ଟା ଓପନ୍‌ ଜାତୀୟ ପ୍ରତିଯୋଗିତାରେ ଦ୍ବିମୁକୁଟ ଅର୍ଜନ କରି ନିଜ ଖେଳ ଜୀବନରେ ବଡ଼ ଲପଲବ୍‌ଧି ଅର୍ଜନ କରିଛନ୍ତି।

ଓଡ଼ିଶା ଟେନିସ୍‌ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ରାଜ୍ୟର ଉଦୀୟମାନ ଟେନିସ୍ ପ୍ରତିଭା ଆହାନ ଦେଶର ଅନ୍ୟତମ ମର୍ଯ୍ୟଦାଜନକ ଘରୋଇ ଟେନିସ୍ ପ୍ରତିଯୋଗିତା ଫିନେଷ୍ଟା ଓପନ୍‌ ଜାତୀୟ ପ୍ରତିଯୋଗିତାରେ ଦ୍ବିମୁକୁଟ ଅର୍ଜନ କରି ନିଜ ଖେଳ ଜୀବନରେ ବଡ଼ ଲପଲବ୍‌ଧି ଅର୍ଜନ କରିଛନ୍ତି।

ryyryjryrj

ଭୁବନେଶ୍ବର: ଓଡ଼ିଶା ଟେନିସ୍‌ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ରାଜ୍ୟର ଉଦୀୟମାନ ଟେନିସ୍ ପ୍ରତିଭା ଆହାନ ଦେଶର ଅନ୍ୟତମ ମର୍ଯ୍ୟଦାଜନକ ଘରୋଇ ଟେନିସ୍ ପ୍ରତିଯୋଗିତା ଫିନେଷ୍ଟା ଓପନ୍‌ ଜାତୀୟ ପ୍ରତିଯୋଗିତାରେ ଦ୍ବିମୁକୁଟ ଅର୍ଜନ କରି ନିଜ ଖେଳ ଜୀବନରେ ବଡ଼ ଲପଲବ୍‌ଧି ଅର୍ଜନ କରିଛନ୍ତି। ଦିଲ୍ଲୀରେ ଶନିବାର ଶେଷ ହୋଇଥିବା ଏହି ପ୍ରତିଯୋଗିତାର ଉଭୟ ୧୪ ଓ ୧୬ ବର୍ଷରୁ କମ୍ ବାଳିକା ଏକକ ବର୍ଗରେ ମୁକୁଟ ଜିତିବା ସହ ଆହାନ ମଧ୍ୟ ୧୪ ବର୍ଷରୁ କମ୍‌ ବର୍ଗରେ ଦେଶର ଏକ ନମ୍ବର ସ୍ଥାନ ଦଖଲ କରିନେଇଛନ୍ତି। ମାତ୍ର ୫ ଘଣ୍ଟା ଭିତରେ ଏହି ଦୁଇ ଫାଇନାଲ୍ ଜିତି ଆହନ ତାଙ୍କ ପ୍ରତିଭା, ସଙ୍କଳ୍ପ ଓ ଲଢ଼ୁଆ ପ୍ରବୃ୍ତ୍ତିର ପରିଚୟ ଦେଇଛନ୍ତି।

ସବୁଠାରୁ ବଡ଼ କଥା ହେଉଛି ଜଣେ କ୍ବାଲିଫାୟାର୍ ଭାବେ ୧୬ ବର୍ଷରୁ କମ୍ ବର୍ଗରେ ଖେଳିଥିବା ଆହାନ ଟ୍ରଫି ବିଜୟ ବାଟରେ ଏକାଧିକ ପ୍ରମୁଖ ମାନ୍ୟତାପ୍ରାପ୍ତ ଖେଳାଳିଙ୍କୁ ମାତ ଦେଇଛନ୍ତି। ଯୋଗ୍ୟତା ପର୍ଯ୍ୟାୟରେ ୩ ଓ ମୁଖ୍ୟ ଡ୍ର’ରେ ୫ ମ୍ୟାଚ୍‌ ଜିତିବା ସହ ଏହି ଗୌରବ ଆଣିଛନ୍ତି। ଫାଇନାଲ୍‌ରେ ସେ ୩ ଘଣ୍ଟାର ଲଢ଼େଇ କରି ମହାରାଷ୍ଟ୍ରର ଐଶ୍ବର୍ଯ୍ୟା ୟାଦବଙ୍କୁ ୭-୫, ୨-୬, ୬-୧ରେ ମାତ ଦେଇଥିଲେ। ଏହା ପୂର୍ବରୁ ଆହାନ ୧୪ ବର୍ଷରୁ କମ୍‌ ବାଳିକା ଏକକ ଫାଇନାଲ୍‌ରେ ଅନ୍ୟତମ ମହାରାଷ୍ଟ୍ର ଖେଳାଳି ପାର୍ଥ ସାରଥି ମୁଣ୍ଡେଙ୍କୁ ୬-୧, ୬-୩ରେ ପରାସ୍ତ କରିଥିଲେ। ଓଡ଼ିଏମ୍ ଗ୍ଲୋବାଲ୍ ସ୍କୁଲ୍‌ରେ ପଢ଼ୁଥିବା ଆହାନ କ୍ରମାଗତ ୧୩ ମୁକାବିଲା ଜିତି ଦ୍ବିମୁକଟ ଅର୍ଜନ କରିଛନ୍ତି।

ଏହି ଦ୍ବିମୁକୁଟ ସହିତ ଆହାନ ୨୦୦ ଆଇଟା ମାନ୍ୟତା ପଏଣ୍ଟ୍‌ସ ଏବଂ ୭୧,୦୦୦ ଟଙ୍କାର ଆର୍ଥିକ ପୁରସ୍କାର ମଧ୍ୟ ପାଇଛନ୍ତି। ୧୪ ବର୍ଷରୁ କମ୍‌ ବାଳିକା ଆଇଟା ମାନ୍ୟତାରେ ୧୧୯୩.୨୫ ପଏଣ୍ଟ୍‌ସ ସହିତ ଶୀର୍ଷରେ ଉନ୍ନୀତ ହୋଇ ଆଉ ଏକ ମାଇଲଖୁଣ୍ଟ ଛୁଇଁଛନ୍ତି। ଆହାନଙ୍କ ମୋଟ ଜାତୀୟ ଓ ଅନ୍ତର୍ଜାତୀୟ ଟାଇଟଲ୍ ସଂଖ୍ୟା ଏବେ ୩୩ରେ ପହଞ୍ଚିଛି। ଆହାନ ନିଜ ସଫଳତାର ଶ୍ରେୟ ନୂଆ ପ୍ରଶିକ୍ଷକ ସନ୍ତୋଷ ମଲ୍ଲିକ, ମା’ କିରଣ ନାୟକ ଓ ମାର୍ଗଦର୍ଶକ ପୂର୍ବତନ ଏକ ନମ୍ବର ଖେଳାଳି ଚିନ୍ମୟ ପ୍ରଧାନଙ୍କୁ ଦେଇଛନ୍ତି। ପ୍ରାୟୋଜକ ସଂଧାନରେ ସଂଘର୍ଷ କରୁଥିବାରୁ ରାଜ୍ୟ ସରକାର ଏଥି ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାର ଆବଶ୍ୟକତା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe