ଭୁବନେଶ୍ବର : ଗୋଆର ଫତୋର୍ଦ୍ଦାରେ ଚାଲିଥିବା ୨୭ତମ ଜାତୀୟ ମହିଳା ଫୁଟବଲ୍ ପ୍ରତିଯୋଗିତାରେ ଓଡ଼ିଶା ଦ୍ବିତୀୟ ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚ୍ରେ ଆନ୍ଧ୍ର ପ୍ରଦେଶକୁ ୮-୦ରେ ପରାସ୍ତ କରିଥିବା ଓଡ଼ିଶା ଦ୍ବିତୀୟ ମ୍ୟାଚ୍କୁ ହିମାଚଳ ପ୍ରଦେଶ ସହ ୩-୩ ଗୋଲ୍ରେ ଅମୀମାଂସିତ ରଖିଥିଲା। ତେବେ ବୁଧବାର ତୃତୀୟ ମ୍ୟାଚ୍ରେ ଓଡ଼ିଶା ୧୨-୦ ଗୋଲ୍ର ବଡ଼ ବ୍ୟବଧାନରେ ରାଜସ୍ଥାନକୁ ପରାସ୍ତ କରିଛି। ଯଶୋଦା ମୁଣ୍ଡା ସର୍ବାଧିକ ୪ (୧୧, ୫୮, ୯୦+୪, ୯୦+୬ ମିନିଟ୍) ଗୋଲ୍ କରିଥିଲା ବେଳେ ବନ୍ୟା କବିରାଜ (୪୫+୩ ଓ ୭୨ ମିନିଟ୍) ଏବଂ ମାଳତୀ ମୁଣ୍ଡା (୨୩ ଓ ୩୩ ମିନିଟ୍) ଦୁଇଟି ଲେଖାଏଁ ଗୋଲ୍ ଯୋଡ଼ିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିକେତା ବିଶି (୫୨ ମିନିଟ୍), ସୁମିତ୍ରା ହେମ୍ବ୍ରମ୍ ( ୮୦ ମିନିଟ୍), ଶ୍ରୀଜାନା ତମାଙ୍ଗ (୭୧ ମିନିଟ୍) ଏବଂ ଭାରତୀ ଦାସ (୫୭ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇ ଦଳକୁ ଏକପାଖିଆ ବିଜୟ ଭେଟି ଦେଇଥିଲେ।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    /sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2023/03/odi-fff.jpg)