କଟକ: ବିଜୟଓ୍ଵାଡାଠାରେ ଆରମ୍ଭ ହୋଇଥିବା ଜାତୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାର ପ୍ରଥମ ଦିନ ଓଡ଼ିଶାକୁ ୩ ପଦକ ମିଳିଛି। ସମ୍ସଦ୍ ଆରା ବେଗମ୍, ଲାଖନ୍ ମୁର୍ମୁ ଓ ଅଲମ୍ପିଆନ୍ ଅନୁରାଧା ବିଶ୍ୱାଳଙ୍କ ଝିଅ ଆଂଶିକା ରାଉତରାୟ ଓଡ଼ିଶା ପାଇଁ କାଂସ୍ୟ ଜିତିଛନ୍ତି। ୫୦୦୦ ମିଟର ମହିଳା ଦୌଡ଼ରେ ସମ୍ସଦ୍ ୧୯ ମିନିଟ୍ ୫୪.୮୮ ସେକେଣ୍ଡରେ କାଂସ୍ୟ ପଦକ ପାଇଛନ୍ତି। ଏହି ଇଭେଣ୍ଟରେ ଉତ୍ତର ପ୍ରଦେଶର କବିତା ଯାଦବ (୧୮ ମିନିଟ୍ ୫୬.୧୫ ସେକେଣ୍ଡ) ସ୍ୱର୍ଣ୍ଣ ଓ ହରିୟାଣାର ଅନିତା (୧୯ ମିନିଟ୍ ୩୧.୬୦ ସେକେଣ୍ଡ) ରୌପ୍ୟ ପଦକ ଜିତିଛନ୍ତି। ୧୪ ବର୍ଷରୁ କମ୍ ବାଳକ ଲମ୍ବ ଡିଆଁରେ ଲାଖନ ମୁର୍ମୁ (୬.୨୭ ମିଟର) କାଂସ୍ୟ ପାଇଥିଲା ବେଳେ ବିହାରର ଅବିନାଶ କୁମାର (୬.୭୯ ମିଟର)ସ୍ୱର୍ଣ୍ଣ ଓ ହରିୟାଣାର ସୁନିଲ (୬.୪୦ ମିଟର) ରୌପ୍ୟ ପଦକ ହାସଲ କରିଥିଲେ। ୧୪ ବର୍ଷରୁ କମ୍ ବାଳିକା ସଟ୍ପୁଟ୍ରେ ଆଂଶିକା (୧୦.୯୩ ମିଟର) କାଂସ୍ୟ ପଦକ ଜିତିଥିଲା ବେଳେ ହରିୟାଣାର ଭାରତୀ (୧୧.୩୫ ମିଟର) ଓ ଉତ୍ତରପ୍ରଦେଶର ରମନୀତ କୌର (୧୧.୨୮ ମିଟର) ଯଥାକ୍ରମେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ପାଇଛନ୍ତି।
ଜାତୀୟ କନିଷ୍ଠ ଦୌଡ଼କୁଦ: ଓଡ଼ିଶାକୁ ୩ କାଂସ୍ୟ
Advertisment
Follow Us