ଜାତୀୟ ଜୋନାଲ ଯୋଗ୍ୟତାପର୍ଯ୍ୟାୟ ସନ୍ତରଣ ଉଦ୍‌ଯାପିତ

ଜାତୀୟ ଜୋନାଲ ଯୋଗ୍ୟତାପର୍ଯ୍ୟାୟ ସନ୍ତରଣ ଉଦ୍‌ଯାପିତ

ଭୁବନେଶ୍ବର : କଳିଙ୍ଗ ଷ୍ଟାଡିୟମ୍‌ସ୍ଥିତ ବିଜୁ ପଟ୍ଟନାୟକ ସୁଇମିଂ ପୁଲ୍‌ରେ ଆୟୋଜିତ ଦୁଇ ଦିନିଆ ଜାତୀୟ ଜୋନାଲ୍‌ ଯୋଗ୍ୟତା ପର୍ଯ୍ୟାୟ ସନ୍ତରଣ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି। ଦ୍ବିତୀୟ ଦିବସରେ ଓଡ଼ିଶା ପ୍ରତିଯୋଗୀଙ୍କ ଚମକ ଦେଖିବାକୁ ମିଳିଛି। ୧୦୦ ମିଟର ବଟ୍ଟରଫ୍ଲାଇରେ ଅର୍ପିତା ସାହୁ ସ୍ବର୍ଣ୍ଣ ପଦକ ଜିତିଥିଲା ବେଳେ ୨୦୦ ମିଟର ବ୍ରେଷ୍ଟଷ୍ଟ୍ରୋକ୍‌ ଏବଂ ୨୦୦ ମିଟର ବ୍ୟକ୍ତିଗତ ମିଡ୍‌ଲେରେ ମନ୍ନତା ମିଶ୍ର, ଏବଂ ୨୦୦ ମିଟର ବ୍ରେଷ୍ଟ ଷ୍ଟ୍ରୋକ୍‌ରେ ଅମୀୟ ପ୍ରଧାନ ପ୍ରଥମ ସ୍ଥାନ ଅକ୍ତିଆର କରିଥିଲେ। ଅନ୍ୟତମ ଓଡ଼ିଆ ପ୍ରତିଯୋଗୀ ଜଦୁ ବୁଦେକ୍‌ ୧୦୦ ଓ ୫୦ ମିଟର ବଟ୍ଟରଫ୍ଲାଇ ସାଙ୍ଗକୁ ୧୦୦ ମିଟର ଫ୍ରି‌ଷ୍ଟାଇଲ୍‌ରେ ରୌପ୍ୟ ପଦକ ହାସଲ କରିଥିଲେ। ସେହିପରି ବିକାଶ ହରିପଲ୍‌ ମଧ୍ୟ ୨୦୦ ଓ ୮୦୦ ମିଟର ଫ୍ରିଷ୍ଟାଇଲରେ ଦ୍ବିତୀୟ ସ୍ଥାନ ପାଇଥିଲେ।

publive-image

ସନ୍ତରଣ ସଂଘର ସଭାପତି ପ୍ରଦୀପ କୁମାର ପାଢ଼ୀଙ୍କ ପୌରୋହିତ୍ୟରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ବରିଷ୍ଠ ସନ୍ତରଣ ପ୍ରଶିକ୍ଷକ ସୁରେନ୍ଦ୍ର ନାଏକ, ସନ୍ତରଣ ସଂଘ ଉପସଭାପତି ଅମର ରଞ୍ଜନ ମହାନ୍ତି, ବରିଷ୍ଠ ଉପସଭାପତି ରବୀନ୍ଦ୍ର ରାଉତ, ଯୁଗ୍ମ ସଂପାଦକ ଲକ୍ଷ୍ମୀଚନ୍ଦ୍ର ମହାକୁଡ଼ ପ୍ରମୁ୍‌ଖ ଯୋଗଦେଇ ସାର୍ଟିଫିକେଟ ପ୍ରଦାନ କରିଥିଲେ। ସଂଘର କାର୍ଯ୍ୟକାରୀ ସଭାପତି ଡ. ସୋମା ମିଶ୍ର ମଧ୍ୟ ଉତ୍ସବରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe