ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟ ହକି ଷ୍ଟାଡିୟମ୍ରେ ସର୍ବଭାରତୀୟ ସିଆର୍ପିଏଫ୍ ଅନ୍ତଃ ଜୋନ୍ ହକି ପ୍ରତିଯୋଗିତା ଶନିବାର ଉଦ୍ଯାପିତ ହୋଇଛି। ଫାଇନାଲରେ କେନ୍ଦ୍ରାଞ୍ଚଳ ଜୋନ୍ ‘ଏ’ ଦଳ ୩-୧ ଗୋଲ୍ରେ ଜମ୍ମୁ ଓ କଶ୍ମିର ‘ଏ’କୁ ପରାସ୍ତ କରି ବିଜେତା ହୋଇଛି। ଉଦ୍ଯାପନୀ ଉତ୍ସବରେ କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା ରାଜ୍ୟସଭା ସାଂସଦ ଅଚ୍ୟୁତ ସାମନ୍ତ, ଓଟିଡିସି ଅଧ୍ୟକ୍ଷ ପଦ୍ମଶ୍ରୀ ଦିଲୀପ ତିର୍କି, ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତୀର୍କି, ବିଧାୟକ ପ୍ରି୍ରୟଦର୍ଶି ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ଡିଆଇଜି ସିଆରପିଏଫ୍ ଏସ୍ କେ ଟିଗ୍ଗା, ଜିଏଲ୍ ମୀନା, ଏସ୍ ଏନ୍ ଝା ପ୍ରମୁଖ ଉପସ୍ଥିତ ଥିଲେ। କିଟ୍ ଓ କିସ୍ କ୍ରୀଡ଼ା ନିର୍ଦେଶକ ଡକ୍ଟର ଗଗନେନ୍ଦୁ ଦାଶ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us