ଜାତୀୟ କରାଟେ ଶିବିର ଉଦ୍‌ଯାପିତ

ଜାତୀୟ କରାଟେ ଶିବିର ଉଦ୍‌ଯାପିତ

ଭୁବନେଶ୍ୱର: ଜାତୀୟ କରାଟେ ସଂଘ ଆନୁକୁଲ୍ୟରେ ଓଡ଼ିଶା ରାଜ୍ୟ କରାଟେ ସଂଘ ଦ୍ୱାରା ସ୍ଥାନୀୟ ଉତ୍କଳ କରାଟେ ବିଦ୍ୟାଳୟଠାରେ ଚାଲିଥିବା ୧୦ ଦିନିଆ ପ୍ରଶିକ୍ଷଣ ଶିବିର ଗୁରୁବାର ଉଦ୍‌ଯାପିତ ହୋଇଛି। ଏହି ଶିବିରକୁ ଦୁଇ ଥର ବିଶ୍ୱ ଏବଂ ୫ ଥର ଏସୀୟ ବିଜେତା ଇରାନର ସେନ୍‌ସେଇ ଅମିର ମେହେଦିଜାଦେ ପରିଚାଳନା କରିଥିଲେ। ଏଥିରେ ୭୦ରୁ ଅଧିକ ପ୍ରଶିକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ଅମିରଙ୍କ ସମେତ କ୍ରୀଡ଼ା ଓ ଯୁବ ସେବା ବିଭାଗର ଉପସଚିବ ତଥା ସହକାରୀ ନିର୍ଦେଶକ ଦିଲୀପ କୁମାର ଜେନା ଏବଂ ଅବିନାଶ ପୁନ୍ଦିର ଯୋଗଦେଇ କୃତି ପ୍ରଶିକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଶିବିରକୁ ଓଡ଼ିଶା କରାଟେ ସଂଘ ଓ ଉତ୍କଳ କରାଟେ ବିଦ୍ୟାଳୟର ମୀର ଅଜମତ୍‌ ଅଲ୍ଲୀ, ହିମାଂଶୁ ଶେଖର ଦାସ, ଗୌରୀ ମହାନ୍ତି, ଅନୁପମା ସ୍ୱାଇଁ, ଇଂ ଚିତ୍ତରଂଜନ ସ୍ୱାଇଁ, ପ୍ରିୟଦର୍ଶିନୀ ଘଟୁଆରୀ, ସନ୍ଦୀପ ଦାସ, ଜୟଦେବ ପଟ୍ଟନାୟକ, ଦୀପକ ସାମନ୍ତରାୟ, ରାଜୀବ କୁମାର ସିଂହ, ଏସ୍‌ ଆର୍‌ ସାସମଲ, ଦିଲୀପ ଜେନା, କୃଷ୍ଣଚନ୍ଦ୍ର ମହାରଣା, ରଜନୀ ବିଶି ପ୍ରମୁଖ ସହଯୋଗ କରିଥିଲା ବେଳେ ଡକ୍ଟର ହରିପ୍ରସାଦ ପଟ୍ଟନାୟକ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe